ନୂଆଦିଲ୍ଲୀ: ଦେଶରେ ଆଜି ୮୯ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ୨୦୨୦ ମାର୍ଚ୍ଚ ପରେ ଏହା ସର୍ବନିମ୍ନ ସଂକ୍ରମଣ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଦେଶରେ ସକ୍ରିୟ ମାମଲା ଏବେ ୨,୦୩୫ ରହିଛି। ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ୦.୦୧ ପ୍ରତିଶତ। ଆରୋଗ୍ୟ ହାର ୯୮.୮୦ ପ୍ରତିଶତ ଥିବା ବେଳେ ଦୈନିକ ପଜିଟିଭ୍ ହାର ୦.୦୫ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍ ହାର ୦.୦୯ ପ୍ରତିଶତ। ଦେଶରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୫,୩୦,୭୨୬ ଏବଂ ଆରୋଗ୍ୟଙ୍କ ସଂଖ୍ୟା ୪,୪୧,୪୮,୪୭୨। ମୃତ୍ୟୁ ହାର ୧.୧୯ ପ୍ରତିଶତ ରହିଥିବା ବେଳେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଦେଶରେ ଏଯାବତ ୨୨୦.୧୦ କୋଟି କୋଭିଡ ଟିକା ଡୋଜ୍ ଦିଆସରିଛି।
୨୦୨୦ ମାର୍ଚ୍ଚ ପରେ ଦେଶରେ ସର୍ବନିମ୍ନ ସଂକ୍ରମଣ
/sambad/media/post_attachments/wp-content/uploads/2022/11/corona-long-island-press-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)