ବନ୍ୟାଜଳରେ ଫସିଗଲେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ, ବାୟୁସେନା ଉଦ୍ଧାର କଲା

ଭୋପାଳ : ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଗତକାଲି ବନ୍ୟା ସ୍ଥିତି ସମୀକ୍ଷା ପାଇଁ ଦତିଆ ଜିଲ୍ଲା ଗସ୍ତ କରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ସେ ନିଜେ ବନ୍ୟା‌ ଜଳରେ ଫସି ଯାଇଥିଲେ। ଶେଷରେ ବାୟୁସେନା ତାଙ୍କୁ ସୁରକ୍ଷିତ ଭାବେ ଏୟାରଲିଫ୍ଟ କରିଥିଲା। ମିଳିଥିବା ସୂଚନାନୁଯାୟୀ ନରୋତ୍ତମ ମିଶ୍ର ଗତକାଲି ତାଙ୍କ ନିର୍ବାଚନମଣ୍ଡଳୀ ଅଧୀନ ଏକ ଗ୍ରାମକୁ ଯାଇଥିଲେ। ସେଠାରେ ଏକ ପରିବାରର ୯ ଜଣ ବନ୍ୟା ଜଳରେ ଫସିଯାଇଥିବା ମନ୍ତ୍ରୀ ଶୁଣିଥିଲେ। ୨ ମହଲା ପର୍ଯ୍ୟନ୍ତ ବନ୍ୟା ଜଳ ଥିବାରୁ ଉକ୍ତ ପରିବାରର ୯ ଜଣ ଛାତ ଉପରେ ରହିଥିଲେ। ତେବେ ମନ୍ତ୍ରୀ ଉଦ୍ଧାରକର୍ମୀଙ୍କ ସହ ସେମାନଙ୍କ ନିକଟରେ ପହଞ୍ଚିଥିଲେ। ସେମାନଙ୍କୁ ଉଦ୍ଧାର କରିବାପାଇଁ ପ୍ରସ୍ତୁତି ହେବା ପୂର୍ବରୁ ମନ୍ତ୍ରୀଙ୍କ ବୋଟ୍‌ ଉପରେ ଏକ ଗଛ ପଡ଼ି ଭାଙ୍ଗି ଯାଇଥିଲା। ବୋଟ୍‌ର ମୋଟର୍‌ ଷ୍ଟାର୍ଟ‌୍ ହୋଇନଥିଲା। ମନ୍ତ୍ରୀ ନରୋତ୍ତମ ମିଶ୍ର ଏନେଇ କର୍ତ୍ତୃପକ୍ଷଙ୍କୁ ଅବଗତ କରିବାପରେ ବାୟୁସେନାର ଏକ ହେଲିକପ୍ଟର ମନ୍ତ୍ରୀ ଏବଂ ଅନ୍ୟ ୯ ଜଣଙ୍କୁ ଉଦ୍ଧାର କରିଥିଲା।

ସମ୍ବନ୍ଧିତ ଖବର