ପୁଣି ପଦାରେ ପଡ଼ିଗଲା ମହାରାଷ୍ଟ୍ର ଶାସକ ମେଣ୍ଟର କଳି

ଉଦ୍ଧବ ମୋ ଉପରେ ନଜର ରଖିଛନ୍ତି: ପାଟୋଲ୍‌

ମୁମ୍ବାଇ : ମହାରାଷ୍ଟ୍ର ଶାସକ ମେଣ୍ଟ ‘ମହା ବିକାଶ ଅଘାଡ଼ି’ର ଦଳ ମାନଙ୍କ ଭିତରେ ଥିବା ତିକ୍ତତା ପଦାରେ ପଡ଼ିଯାଇଛି। ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲ କହିଛନ୍ତି, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ତାଙ୍କ ଉପରେ ନଜର ରଖିଛନ୍ତି। କଂଗ୍ରେସ ଅଧିକ ସୃଦୃଢ଼ ହେଉଥିବାରୁ ଏନ୍‌ସିପି ଏବଂ ଶିବସେନା ଭୟ କରୁଛନ୍ତି ବୋଲି ସେ କହିଛନ୍ତି। ଶନିବାର ଲୋନାଭାଲାରେ କଂଗ୍ରେସ ଜିଲ୍ଲା କମିଟି ବୈଠକରେ ପାଟୋଲ୍‌ କହିଛନ୍ତି, ଏନ୍‌ସିପି ଏବଂ ଶିବସେନା ପାଖରେ ମୁଖ୍ୟମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଭଳି ପଦ ରହିଛି। ସେମାନଙ୍କୁ ସବୁ ଖବର ମିଳୁଛି। କିଏ କେଉଁଠି ଆନ୍ଦୋଳନ କରୁଛି। ସବୁ ଟିକନିଖି ଖବର ସେମାନଙ୍କ ପାଖରେ ଅଛି। ମୁଁ ବି କ’ଣ କରୁଛି ତାହା ସେମାନେ ଜାଣନ୍ତି। ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ମୋ ଉପରେ ନଜର ରଖିଛନ୍ତି ବୋଲି ପାଟୋଲ କହିଛନ୍ତି। ପୂର୍ବରୁ ସେ ବିଜେପି ନେତୃତ୍ବାଧୀନ ଫଡ଼ନାବିସ ସରକାର ବିରୋଧରେ ଫୋନ୍‌ ଟ୍ୟାପିଂ ଅଭିଯୋଗ ଆଣିଥିଲେ।

ସମ୍ବନ୍ଧିତ ଖବର