ହରିଦ୍ବାର : ଭାରତରେ ତଥା ପୃଥିବୀରେ ଅନେକ ଅଲୌକିକ ସ୍ଥାନ ଅଛି। ଏସବୁ ସ୍ଥାନର ଇତିହାସ ମଧ୍ୟ ରହସ୍ୟଜନକ। ଭାରତରେ ଏପରି ମନ୍ଦିର ଅଛି, ଯାହାର କାହାଣୀ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।
କୁହାଯାଏ, ଏହି ମନ୍ଦିରରେ ମୃତ ଲୋକ ପୁନର୍ଜୀବନ ଲାଭ କରନ୍ତି। ଏହା ଆଶ୍ଚର୍ଯ୍ୟଜନକ ମନେହେଲେ ମଧ୍ୟ ସ୍ଥାନୀୟ ଲୋକଙ୍କର ସେପରି ବିଶ୍ବାସ ରହିଛି। ଯଦି ଜଣେ ମୃତଲୋକଙ୍କୁ ଏହି ମନ୍ଦିରକୁ ଅଣାଯାଏ, ତେବେ ସେ ବଞ୍ଚିଉଠନ୍ତି।
ଏହି ମନ୍ଦିର ଉତ୍ତରାଖଣ୍ଡର ଲଖମଣ୍ଡଲଠାରେ ଅବସ୍ଥିତ। ମନ୍ଦିର ଚାରିପାଖରେ ଅନେକ ଗୁମ୍ଫା ଏବଂ ଦେବଦେବ ମହାଦେବଙ୍କ ଅନେକ ମନ୍ଦିରର ଅବଶେଷ ରହିଛି। ଏଠାରୁ ଖନନ ପରେ ଅନେକ ପ୍ରାଚୀନ କୀର୍ତ୍ତି ଓ ଶିବଲିଙ୍ଗ ମିଳିଛି। ଯମୁନା ନଦୀ କୂଳରେ ବର୍ଣ୍ଣିଗାଡ ନାମକ ସ୍ଥାନ ନିକଟରେ ମନ୍ଦିରଟି ଅବସ୍ଥିତ।
କୁହାଯାଏ, ଯଦି ମନ୍ଦିର ସାମନାକୁ କୌଣସି ମୃତ ବ୍ୟକ୍ତିଙ୍କୁ ଅଣାଯାଏ ଏବଂ ମନ୍ଦିର ପୁରୋହିତ ଯଦି ତା’ ଉପରେ କିଛି ପବିତ୍ର ଜଳ ସିଞ୍ଚନ କରନ୍ତି, ତେବେ ମୃତ ବ୍ୟକ୍ତିଜଣକ କିଛି ସମୟ ପାଇଁ ବଞ୍ଚିଉଠନ୍ତି। ବଞ୍ଚିଉଠିବା ପରେ ଯେତେବେଳେ ସେ ଭଗବାନ ଶିବଙ୍କ ନାମ ସ୍ମରଣ କରନ୍ତି, ତାଙ୍କୁ କିଛି ଗଙ୍ଗାଜଳ ଦିଆଯାଏ। ଗଙ୍ଗାଜଳ ପାନ କରିବା ପରେ ସେ ପୁଣି ମୃତ ଅବସ୍ଥାକୁ ଚାଲିଯାଆନ୍ତି। ଏହାର ରହସ୍ୟ କେହି ଜାଣନ୍ତି ନାହିଁ। ମନ୍ଦିର ସାମନାରେ ଦୁଇଟି ଦରୱାନଙ୍କ ମୂର୍ତ୍ତି ରହିଛି, ଗୋଟିଏ ମୂର୍ତ୍ତିର ଗୋଟିଏ ହାତ ଭଙ୍ଗା। କାହିଁକି ଭଙ୍ଗା ତାହା ବି କାହାକୁ ଜଣା ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/utarakhanda-temple.jpg)