ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ ଖାଲିପଡ଼ିଥିବା ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଶେଷ ହୋଇଛି। ଗତକାଲି ଶେଷ ହୋଇଥିବା ନିର୍ବାଚନରେ ବିଜେପି ୩୦ଟି ଆସନରେ ବିଜୟ ଲାଭ କରିଛି। ଏହି ସଂଖ୍ୟାକୁ ମିଶାଇ ବିଜେପିର ମୋଟ ସଦସ୍ୟ ସଂଖ୍ୟା ୯୭କୁ ଛୁଇଁଥିବା ବେଳେ ଏନ୍ଡିଏର ସଦସ୍ୟ ସଂଖ୍ୟା ୧୧୭ରେ ପହଞ୍ଚିଛି। ଯଦିଓ ଏହି ସଂଖ୍ୟା ଏକ ଦଳ ଭାବେ ଏକକ ସଂଖ୍ୟାଗରିଷ୍ଠ ଅଟେ ତଥାପି ରାଜ୍ୟସଭାରେ ସଂଖ୍ୟାଗରିଷ୍ଠତା ପାଇଁ ଆହୁରି ୪ ସଦସ୍ୟଙ୍କ ଆବଶ୍ୟକତା ରହିଛି। ରାଜ୍ୟସଭାରେ ମୋଟ ସଦସ୍ୟଙ୍କ ସଂଖ୍ୟା ୨୪୦। ସଂଖ୍ୟାଗରିଷ୍ଠ ପାଇଁ ୧୨୧ ସଦସ୍ୟ ଆବଶ୍ୟକ। ଏପ୍ରିଲ୍ ମାସରେ ୫୬ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏଥିପାଇଁ ଅନୁଷ୍ଠିତ ନିର୍ବାଚନରେ, ମୋଟ ୫୬ଟି ଆସନରୁ ବିଜେପି ୩୦ଟି ଆସନରେ ବିଜୟ ହୋଇଛି। ପୂର୍ବରୁ ୨୦ଟି ଆସନରେ ବିନା ପ୍ରତିଦ୍ବନ୍ଦ୍ବିତାରେ ଜିତିଥିବା ବେଳେ ମଙ୍ଗଳବାର ଅନୁଷ୍ଠିତ ନିର୍ବାଚନରେ ୧୦ଟି ଆସନରେ ବିଜୟ ହାସଲ କରିଛି। ଏହି ୩୦ ସଦସ୍ୟଙ୍କ ସହ ବିଜେପିର ସଂଖ୍ୟା ୯୭ ଓ ଏନ୍ଡିଏର ସଂଖ୍ୟା ୧୧୭ ହୋଇଛି। ନିର୍ବାଚନ ପରେ ବର୍ତମାନ ରାଜ୍ୟସଭାରେ ବିରୋଧୀ କଂଗ୍ରେସ ଦଳର ମୋଟ ସଦସ୍ୟ ସଂଖ୍ୟା ୨୯ ରହିଛି।
ରାଜ୍ୟସଭାରେ ସଂଖ୍ୟାଗରିଷ୍ଠତା: ମାତ୍ର ୪ ଆସନ ପଛରେ ଏନ୍ଡିଏ
/sambad/media/post_attachments/wp-content/uploads/2024/02/jgdjggjdgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)