ନୂପୁର ଶର୍ମାଙ୍କ ଜିଭ କାଟିବା ପାଇଁ ୨ କୋଟି ପୁରସ୍କାର ଘୋଷଣା କରିଥିବା ବ୍ୟକ୍ତି ଗିରଫ

ନୂଆଦିଲ୍ଲୀ : ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ନିଲମ୍ବିତ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ଜିଭ କାଟି ଦେଲେ ଦୁଇ କୋଟି ଟଙ୍କା ପୁରସ୍କାର ମିଳିବ ବୋଲି ଘୋଷଣା କରିଥିବା ଜଣେ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି।

ସାଲାହେରିରେ ରହୁଥିବା ଇର୍ସାଦ ପ୍ରଧାନ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏହି ଭିଡିଓରେ ଦର୍ଶାଯାଇଛି, ନୂପୁରଙ୍କ ଜିଭ କାଟିବା ପାଇଁ ଇର୍ସାଦ ଜଣେ ୟୁଟ୍ୟୁବରକୁ ପୁରସ୍କାର ପ୍ରଦାନ କରୁଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଇର୍ସାଦ ଭିଡିଓ ସେୟାର କରିବା ସହ ପରବର୍ତ୍ତୀ ସମୟରେ ତାଙ୍କ ଫେସବୁକ ପେଜରେ ମଧ୍ୟ ଅପଲୋଡ୍ କରିଥିଲେ। ଏହାକୁ ନେଇ ସାଂପ୍ରଦାୟିକ ଉତ୍ତେଜନା ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର