ଗୀତାର ଉର୍ଦ୍ଦୁ ଅନୁବାଦ କରିଥିବା ଏହି ବ୍ୟକ୍ତି ଆଉ ନାହାନ୍ତି

ଲକ୍ଷ୍ନୌ: ଶ୍ରୀମଦ ଭଗବତ ଗୀତାକୁ ପ୍ରତି ହିନ୍ଦୁ ଇଶ୍ୱର ତୁଲ୍ୟ ମନେ କରନ୍ତି । ଏଥିରେ ଲିଖିତ ପ୍ରତ୍ୟେକ ଶବ୍ଦ ଇଶ୍ୱରଙ୍କ ମୁଖ ନିସୃତ ବାଣୀ ବୋଲି ଧରାଯାଏ । ହିନ୍ଦୁମାନଙ୍କର ଏହି ପବିତ୍ର ଧର୍ମଗ୍ରନ୍ଥଟି ବିଶ୍ୱର ଅନେକ ଭାଷାରେ ଅନୁବାଦ ହୋଇଛି, ଫଳରେ ଅନେକ ଦେଶର ଲୋକେ ଏହାକୁ ପଢିବାକୁ ସୁଯୋଗ ପାଇଛନ୍ତି । ତେବେ ଉର୍ଦ୍ଦୁ ଭାଷାରେ ଏହାକୁ ଅନୁବାଦ କରି କୋଟି କୋଟି ଉର୍ଦ୍ଦୁ ଭାଷୀ ଲୋକମାନଙ୍କୁ ଶ୍ରୀମଦ ଭଗବତ୍‌ ଗୀତା ସହିତ ପରିଚିତ କରାଇଥିବା ବ୍ୟକ୍ତି ହେଉଛନ୍ତି ବିଶିଷ୍ଟ କବି ଅନଓ୍ଵର ଜଲାଲପୁରୀ । ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି । ଗତ ଗୁରୁବାରଦିନ ୭୧ ବର୍ଷୀୟ ଜଲାଲପୁରୀ ଗାଧୁଆ ଘରେ ଖସିପଡିବାରୁ ତାଙ୍କ ମୁଣ୍ଡ ମାଡ଼ ହୋଇଥିଲା । ଅନେକ ସମୟ ଧରି ସେ ଗାଧୁଆ ଘରୁ ନ ବାହାରିବାରୁ ପରିବାରଲୋକେ କବାଟ ଭାଙ୍ଗି ତାଙ୍କୁ ବାହାର କରି ନିକଟସ୍ଥ ହସପିଟାଲରେ ଭର୍ତ୍ତି କରିଥିଲେ । ପରେ ତାଙ୍କୁ ଲକ୍ଷ୍ନୌର କେଜିଏମଇରେ ଭର୍ତ୍ତି କରାଯାଇଥିଲା । ସେଠାରେ ଆଜି ସକାଳ ୧୦ଟାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ସମ୍ବନ୍ଧିତ ଖବର