ନୂଆଦିଲ୍ଲୀ : ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ୍ ସାଜିଦ୍ ମୀର ଜୀବିତ ଅଛି। ପୂର୍ବରୁ ପାକିସ୍ତାନ ଏହି ଆତଙ୍କବାଦୀକୁ ମୃତ ଘୋଷଣା କରିଥିଲା ଏବଂ ଏବେ ତାକୁ ଗିରଫ କରାଯାଇଥିବା ଦାବି କରିଛି। ଆତଙ୍କବାଦୀଙ୍କୁ ଯୋଜନାବଦ୍ଧ ଭାବେ ସୁରକ୍ଷା ଦେଇ ଚାଲିଥିବା ପାକିସ୍ତାନ ଏବେ ଏଫ୍ଏଟିଏଫ୍ କାର୍ଯ୍ୟାନୁଷ୍ଠାନ ଭୟରେ ମୀରକୁ ଗିରଫ କରିଥିବା ବେଳେ ଜୈସ ଆତଙ୍କବାଦୀ ସଂଗଠନର ମୁଖିଆ ମୌଲାନା ମସୁଦ ଆଝାରକୁ ଗିରଫ କରିନାହିଁ। ୨୦୦୮ ମୁମ୍ବାଇ ଆକ୍ରମଣରେ ସଂପୃକ୍ତ ସାଜିଦ୍ ଲସ୍କର ମୁଖ୍ୟ ହାଫିଜ ସୟିଦର ମଧ୍ୟ ଅତି ଘନିଷ୍ଠ। ଏଫ୍ଏଟିଏଫ୍ର କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ପାକିସ୍ତାନ ଏବେ ନାନା ପ୍ରୟାସ ଚଳାଇଛି।
୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ୍ ସାଜିଦ୍ ମୀର ଜୀବିତ, ପୂର୍ବରୁ ପାକିସ୍ତାନ ମୃତ ଘୋଷଣା କରିଥିଲା
/sambad/media/post_attachments/wp-content/uploads/2022/06/pak-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)