୨୦୨୨ରେ ଯୌନ ଅପରାଧୀଙ୍କୁ ସର୍ବାଧିକ ମୃତ୍ୟୁଦଣ୍ଡାଦେଶ

ନୂଆଦିଲ୍ଲୀ: ୨୦୨୨ରେ ଯେତେ ଲୋକଙ୍କୁ ମୃତ୍ୟୁଦଣ୍ଡାଦେଶ ମିଳିଛି, ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଯୌନ-ଅପରାଧୀ। ଭାରତରେ ମୃତ୍ୟୁଦଣ୍ଡ ଉପରେ ପ୍ରୋଜେକ୍ଟ ୩୯ଏ ଦ୍ବାରା କରାଯାଇଥିବା ଏକ ଅନୁଧ୍ୟାନର ରିପୋର୍ଟରୁ ଏହା ଜଣାପଡ଼ିଛି। ଏହି ରିପୋର୍ଟ ଅନୁସାରେ ୨୦୨୨ ମସିହାରେ ୪୧ଟି ଯୌନ-ଅପରାଧ ମାମଲାରେ ୫୨ ଜଣ ଲୋକଙ୍କୁ ମୃତ୍ୟୁଦଣ୍ଡାଦେଶ ମିଳିଛି। ଏହା ମୋଟ ମୃତ୍ୟୁଦୁଣ୍ଡ ମାମଲାର ୫୧.୨ ପ୍ରତିଶତ। ଅନ୍ୟପକ୍ଷରେ ହତ୍ୟା ମମାଲାରେ ୩୩.୩୩% ମୃତ୍ୟୁଦଣ୍ଡାଦେଶ ହୋଇଛି। ରିପୋର୍ଟ ଅନୁଯାୟୀ ୨୦୧୬ ମସିହାରୁ ଯୌନ ଅପରାଧ ପାଇଁ ମୃତ୍ୟୁଦଣ୍ଡାଦେଶ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

ସେହିବର୍ଷ ୨୪ଟି ଯୌନ-ଅପରାଧ ମାମଲାରେ ୨୭ ଜଣଙ୍କୁ ମୃତ୍ୟୁଦଣ୍ଡାଦେଶ ଦିଆଯାଇଥିଲା। କିନ୍ତୁ ୨୦୨୨ ଶେଷ ସୁଦ୍ଧା, ତଳକୋର୍ଟଗୁଡ଼ିକ ଦ୍ବାରା ମୃତ୍ୟୁଦଣ୍ଡାଦେଶ ପାଇଥିବା ୫୩୯ ଜଣ ଲୋକ ଉଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି ଅପେକ୍ଷାରେ ରହିଛନ୍ତି। ୨୦୧୬ରୁ ପ୍ରକାଶ ପାଇ ଆସୁଥିବା ବାର୍ଷିକ ରିପୋର୍ଟ ଭିତରେ ଏହା ହେଉଛି ସର୍ବାଧିକ। ଏ ସଂଖ୍ୟାବୃଦ୍ଧିର କାରଣ ହେଲା ଟ୍ରାୟଲ କୋର୍ଟଗୁଡ଼ିକ ଅଧିକ ସଂଖ୍ୟାରେ ମୃତ୍ୟୁଦଣ୍ଡାଦେଶ ଦେଉଛନ୍ତି କିନ୍ତୁ ହାଇକୋର୍ଟରେ ସେସବୁ ମାମଲା ଶୀଘ୍ର ଫଏସଲା ନ ହୋଇ ପଡ଼ିରହୁଛି। ୨୦୨୨ରେ ହାଇକୋର୍ଟଗୁଡ଼ିକ ୬୮ଟି ମାମଲା ଉପରେ ନିଷ୍ପତ୍ତି ନେଇଥିବା ବେଳେ ସୁପ୍ରିମ୍‌କୋର୍ଟ ମାତ୍ର ୧୧ଟି ମାମଲା ଉପରେ ରାୟ ଶୁଣାଇଥିଲେ।

ସମ୍ବନ୍ଧିତ ଖବର