ଜାତୀୟ ପେନଚାକ୍ ସିଲାଟ୍ ଲାଗି ୧୬ ଜଣିଆ ଓଡ଼ିଶା ଦଳ

ଭୁବନେଶ୍ବର: ପଞ୍ଜାବର ଲୁଧିଆନାଠାରେ ଚଳିତମାସ ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥବା ଜାତୀୟ ପେନଚାକ୍ ସିଲାଟ୍ ପ୍ରତିଯୋଗିତାରେ ୧୬ ଜଣିଆ ଓଡ଼ିଶା ଦଳ ଭାଗନେବ। ଏମାନେ ସମସ୍ତେ ମଙ୍ଗଳବାର ଝାରସୁଗୁଡ଼ା ରେଳ ଷ୍ଟେସନରୁ ଲୁଧିଆନା ଅଭିମୁଖେ ଯାତ୍ରା କରିଛନ୍ତି। ଓଡ଼ିଶା ଦଳରେ ସ୍ଥାନ ପାଇଥିବା ଖେଳାଳିମା‌ନେ ହେଲେ ଭାବାନୀ କୁମାରୀ ସାହୁ, ଉମାବତୀ ପାତ୍ର, ଅଞ୍ଜଳି ସାହୁ, ଶାନ୍ତି ଦାସଦାଃ, ପିଣ୍ଟୁ ବର୍ମା, ରାଜାପ୍ରଭୁ ପ୍ରଧାନ, କାର୍ତ୍ତିକ ବାହାଦୁର, ଯଶୋବନ୍ତ ଲୁହାର, ରାଜା ତନ୍ତୀ, କିଶାନ ଗ୍ରୁମ୍, ଅବିନାଶ ପଟେଲ, ଉଦୟ ରାଜ ପୁରୋହିତ। ସେହିଭଳି ଓଡ଼ିଶାର ତିନିଜଣ ରେଫରି ଏହି ପ୍ରତିଯୋଗିତା ଲାଗି ମନୋନୀତ ହୋଇଛନ୍ତି। ସେମାନେ ହେଲେ ପ୍ରେମ୍ ସିଂହ ଥାପ୍ପା, ଆଶୁତୋଷ ନାୟକ, ନାରାୟଣ ବାରିକ। ଶିବପ୍ରସାଦ ‌ଭୋସଗାର ପ୍ରଶିକ୍ଷକ ଏବଂ ଜିତେନ୍ଦ୍ର କୁମାର ପ୍ରବନ୍ଧକ ଭାବେ ଦଳ ସହ ଯାତ୍ରା କରିଛନ୍ତି।

ସମ୍ବନ୍ଧିତ ଖବର