ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲମ୍ବା ଦାଢ଼ି ପଛର ବାର୍ତ୍ତା କ’ଣ ?

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଳମ୍ବିତ ମାର୍ଚ୍ଚରେ ଯେତେବେଳେ ଦିନିକିଆ ସ୍ବେଚ୍ଛାକୃତ କର୍ଫ୍ୟୁ ଘୋଷଣା ପାଇଁ ଟିଭି ପରଦାକୁ ଆସିଥିଲେ ସେ ସମୟରେ ମୋଦୀଙ୍କ ଦାଢ଼ି ବିନ୍ୟାସ ଠିକ୍‌ଠାକ୍‌ ଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଚଳିତ ସପ୍ତାହରେ ମୋଦୀ ପୁଣି ଟିଭି ପରଦାକୁ ଆସି ଦେଶବାସୀଙ୍କୁ ଉଦ୍‌‌ବୋଧନ ଦେବା ସମୟରେ ତାଙ୍କ ଦାଢ଼ିରେ ବହୁତ ପାର୍ଥକ୍ୟ ଦେଖିବାକୁ ମିଳିଛି। ଏହା ପୂର୍ବାପେକ୍ଷା ଅଧିକ ଲମ୍ବା ହୋଇଥିବା ଦେଖିବାକୁ ମିଳିଛି। ମୋଦୀ ଦେଶବାସୀଙ୍କୁ ପ୍ରଥମ ଉଦ୍‌ବୋଧନ ଦେବା ଏବଂ ଶେଷ ଉଦ୍‌ବୋଧନ ଦେବା ସମୟରେ ୭୦ ଦିନ ବିତିଯାଇଛି। ତେବେ ଏହି ୭୦ ଦିନ ମଧ୍ୟରେ ମୋଦୀ ଦାଢ଼ି ଛୋଟ କରିନଥିବା ଜଣାପଡ଼ିଛି।

ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହି ଲମ୍ବା ଦାଢ଼ି ପଛରେ କିଛି ବାର୍ତ୍ତା ରହିଛି କି ? ଲକ୍‌ଡାଉନ୍‌ ମଧ୍ୟରେ ମୋଦୀ ତାଙ୍କ ବାରିକଙ୍କୁ ଭେଟିନାହାନ୍ତି। ଏପରିକି ଗତ ମାସରେ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ ‌ହେବା ସହ କିଛି ରାଜ୍ୟରେ ସାଲୁନ୍‌ ଖୋଲିବା ଆରମ୍ଭ କରିଛି। ବାସ୍ତବ କଥା ହେଉଛି କରୋନା ମହାମାରୀ ସମୟରେ ମୋଦୀ ତାଙ୍କ ଲୋକ କଲ୍ୟାଣ ସ୍ଥିତ ବାସଭବନ ବାହାରକୁ ବାହାରୁନାହାନ୍ତି। ସବୁ ବୈଠକ ସେ ତାଙ୍କ ବାସଭବନରେ କରୁଛନ୍ତି। ଏଭଳି ସ୍ଥଳେ ଜଣେ ବାରିକଙ୍କୁ ଭେଟିବାକୁ ମୋଦୀ ବୋଧହୁଏ ଜରୁରୀ ଭାବୁନାହାନ୍ତି। ସେଥିପାଇଁ ସେ ତାଙ୍କ ଦାଢ଼ି କାଟିନାହାନ୍ତି। ମୋଦୀ ଏଭଳି କରି ଏକ ଗୁରୁତ୍ବପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି। ଯଥାସମ୍ଭବ ଘରେ ରହିବା ଏବଂ ଆବଶ୍ୟକ ନଥିଲେ ବାହାରକୁ ନ ବାହାରିବା ହିଁ ଏହି ଦାଢ଼ି ପଛର ବାର୍ତ୍ତା ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର