ଆନ୍ଦୋଳନକାରୀ ଚାଷୀଙ୍କୁ କୃଷିମନ୍ତ୍ରୀଙ୍କ ବାର୍ତ୍ତା, ଏମ୍‌ଏସ୍‌ପି ପାଇଁ କମିଟି ହେବ, ଏବେ ଘରକୁ ଯାଅ

ନୂଆଦିଲ୍ଲୀ: ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବ୍ୟବସ୍ଥାକୁ ଅଧିକ ସ୍ବଚ୍ଛ ଏବଂ ପ୍ରଭାବୀ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ କମିଟି ଗଠନ ଘୋଷଣା କରିଛନ୍ତି। ତେଣୁ ଆନ୍ଦୋଳନରତ କୃଷକମାନେ ଏବେ ଘରକୁ ଯାଆନ୍ତୁ ବୋଲି ଆଜି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ‌ସିଂହ ତୋମର କହିଛନ୍ତି।
ଏହି କମିଟି ଗଠନ ଦ୍ବାରା କୃଷକଙ୍କ ଏମ୍‌ଏସ୍‌ପି ଦାବି ପୂରଣ ହୋଇଛି। ଏହି କମିଟିରେ କୃଷକ ସଂଗଠନଗୁଡ଼ିକର ପ୍ରତିନିଧିତ୍ବ ରହିବ। ତେଣୁ ଆନ୍ଦୋଳନ ଚଳାଇଥିବା ଚାଷୀମାନେ ଏବେ ଘରକୁ ଯାଆନ୍ତୁ ବୋଲି ସେ ଆଗ୍ରହ ପ୍ରକାଶ କରିଛନ୍ତି। କୃଷି ଆଇନ ଉଚ୍ଛେଦ ଘୋଷଣା ପରେ ଆଉ ଆନ୍ଦୋଳନ କରିବାର କୌଣସି ଯଥାର୍ଥତା ନାହିଁ। ତେଣୁ ଚାଷୀ ଆନ୍ଦୋଳନ ଶେଷ କରି ଘରକୁ ଯାଆନ୍ତୁ ବୋଲି ତୋମର କହିଛନ୍ତି। ତେବେ ସଂଯୁକ୍ତ କିଷାନ ମୋର୍ଚା କୃଷିମନ୍ତ୍ରୀଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି। ସେମାନେ କହିଛନ୍ତି ସରକାର ପ୍ରଥମେ ସମସ୍ତ ବକେୟା ଦାବି ପ୍ରସଙ୍ଗରେ ଆଲୋଚନା ଆରମ୍ଭ କରନ୍ତୁ। ଏମ୍‌ଏସ୍‌ପି କମିଟି ଉପରେ ଅଧିକ ସ୍ପଷ୍ଟତା ଲୋଡ଼ିଛନ୍ତି ଚାଷୀ ନେତା। ଭାରତୀୟ କିଷାନ ସଂଘ ନେତା ଗୁରନାମ ସିଂହ ଚାରୁନି କହିଛନ୍ତି, ଏମଏସପି କମିଟିର ସମୟ ସୀମା କଣ ରହିବ ଏବଂ ସରକାର କେବେ ଏମଏସପିକୁ ଆଇନରେ ପରିଣତ କରିବେ ତାହା କୁହନ୍ତୁ।

ସମ୍ବନ୍ଧିତ ଖବର