ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ିଲା କ୍ବିଣ୍ଟାଲ ପିଛା ୫୦୫୦ ଟଙ୍କା ମିଳିବ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି କରିଛନ୍ତି। କ୍ବିଣ୍ଟାଲ ପିଛା ଝୋଟ ମୂଲ୍ୟରେ ୩୦୦ ଟଙ୍କା ବୃଦ୍ଧି କରାଯାଇ ୫୦୫୦ ଟଙ୍କା ରଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କୃଷି ସଂକ୍ରାନ୍ତ ଖର୍ଚ୍ଚ ଏବଂ ଦର କମିସନ (ସିଏସିପି)ର ସୁପାରିସ ଆଧାରରେ ୨୦୨୩-୨୪ ସିଜନ୍‌ ପାଇଁ ଉକ୍ତ ମୂଲ୍ୟ ଧାର୍ଯ୍ୟ କରଯାଇଛି ବୋଲି ବୈଠକ‌ ପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି।

ଦେଶରେ ଝୋଟ ଉତ୍ପାଦନ ଖର୍ଚ୍ଚ ଉପରେ ୬୩.୨ ପ୍ରତିଶତ ଅତିରିକ୍ତ ଆୟ ଏହାଦ୍ବାରା ନିଶ୍ଚିତ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଭାରତୀୟ ଝୋଟ ନିଗମ ମୂଲ୍ୟ ସହାୟତା କାର୍ଯ୍ୟ ପରିଚାଳନା ପାଇଁ ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରିବ। ଏହି କାର୍ଯ୍ୟ ପରିଚାଳନା ସମୟରେ କୌଣସି କ୍ଷତି ହେଲେ କେନ୍ଦ୍ର ସରକାର ଏଥିପାଇଁ ସଂପୂର୍ଣ୍ଣ କ୍ଷତିପୂରଣ ପ୍ରଦାନ କରିବେ।

ସମ୍ବନ୍ଧିତ ଖବର