୨୦୦ ବ୍ରହ୍ମୋସ୍ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ବରାଦ ଦେବ

ନୂଆଦିଲ୍ଲୀ: ନୌସେନା ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ୨୦୦ରୁ ଅଧିକ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ପାଇଁ ଚୁକ୍ତି ଚୂଡ଼ାନ୍ତ କରିବାକୁ ଯାଉଛି। ଏହି କ୍ଷେପଣାସ୍ତ୍ର ଓ ଆନୁଷଙ୍ଗିକ ଯନ୍ତ୍ରପାତି ସଂଗ୍ରହ ନିମନ୍ତେ ଖୁବ୍‌ଶୀଘ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନେତୃତ୍ବାଧୀନ ଡିଫେନ୍ସ ଆକ୍ବିଜିସନ କାଉନ୍‌ସିଲ (ଡିଏସି) ବୈଠକରେ ନିଷ୍ପତ୍ତି ନିଆଯିବ। ତା’ପରେ ଏହାକୁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବାଧୀନ ପ୍ରତିରକ୍ଷା ସମ୍ବନ୍ଧୀ କ୍ୟାବିନେଟ୍ କମିଟିକୁ ପଠାଯିବ। ତେବେ ଏଥିପାଇଁ କେତେ ଖର୍ଚ୍ଚ ପଡ଼ିବ ତାହା ବ୍ରହ୍ମୋସ୍‌ର ସଂଖ୍ୟା ଓ ସେଥିରେ କ’ଣ କ’ଣ ସୁବିଧା ରହିବ ତାହା ଉପରେ ନିର୍ଭର କରୁଛି। ତଥାପି ଏହା ଆନୁମାନିକ ୧୫ ହଜାର କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର