ମାଙ୍କଡ଼ ଦେହରେ କାମ କଲା ଅକ୍ସଫୋର୍ଡର କରୋନା ଟିକା

ଲଣ୍ଡନ: ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ କରୋନା ଟିକା ବାହାର କରିବା କ୍ଷେତ୍ରରେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ଅକ୍ସଫୋର୍ଡ ଦ୍ବାରା ପ୍ରସ୍ତୁତ କରୋନା ଟିକାକୁ ମାଙ୍କଡ଼ ଦେହରେ ପରୀକ୍ଷା କରାଯାଇଥିବା ବେଳେ ଏହାର ପରିଣାମ ଉତ୍ସାହଜନକ ଥିବାରୁ ଟିକା ବାହାର କରିବାରେ ଖୁବ୍‌ଶୀଘ୍ର ସଫଳତା ମିଳିବ ବୋଲି ଆଶା କରାଯାଉଛି। କରୋନା ଭାଇରସ୍‌ର ହାଇ ଡୋଜ୍‌ ଦେଇ ୬ଟି ମାଙ୍କଡ଼କୁ ସଂକ୍ରମିତ କରାଯାଇଥିଲା ଏବଂ ଏହାପରେ ସେମାନଙ୍କ ଦେହରେ ଟିକା ପରୀକ୍ଷଣ କରାଯାଇଥିଲା। ସଂକ୍ରମଣର ୧୪ ଦିନ ପରେ ଏହି ଟିକା ଦିଆଯାଇଥିଲା ଏବଂ ସେମାନଙ୍କ ଦେହରେ କରୋନା ମୁକାବିଲା ପାଇଁ ଆବଶ୍ୟକ ଏଣ୍ଟିବଡ଼ି ସୃଷ୍ଟି ହୋଇଥିଲା। ଫଳରେ ମନୁଷ୍ୟ ଦେହରେ ବି ଏହାର ପରୀକ୍ଷଣ ପାଇଁ ରାସ୍ତା ଖୋଲିଯାଇଛି।

ସମ୍ବନ୍ଧିତ ଖବର