ଓମିକ୍ରନ୍‌ ଯେତେ ଅଧିକ ବ୍ୟାପିବ, ‌ସେତେ ଅଧିକ ନୂଆ ଭେରିଏଣ୍ଟ୍‌ ବୃଦ୍ଧି କରାଇବ! :ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ ଓମିକ୍ରନ୍‌ ସଂକ୍ରମଣ ମାମଲାର ଦ୍ରୁତ ବୃଦ୍ଧି ଆହୁରି ନୂଆ ଓ ମାରାତ୍ମକ ଭେରିଏଣ୍ଟ୍‌ ସୃଷ୍ଟି କରାଇପାରେ ବୋଲି ମଙ୍ଗଳବାର ଦିନ ଇଉରୋପ୍‌ସ୍ଥିତ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି।

ସମଗ୍ର ବିଶ୍ବରେ ବନାଗ୍ନି ପରି ମାଡ଼ି ଚାଲିଥିବା ଏହି ଭେରିଏଣ୍ଟ୍‌ ପ୍ରାରମ୍ଭିକ ପର୍ଯ୍ୟାୟରେ ଯେତେ ସାଙ୍ଘାତିକ ଅନୁମାନ କରାଯାଉଥିଲା, ତା’ଠାରୁ କମ୍‌ ବୋଲି ଜଣାପଡୁଛି। ତେଣୁ, ଏହି ମହାମାରୀକୁ ଦମନ କରାଯାଇ ଜୀବନଯାତ୍ରାକୁ ଅଧିକ ସ୍ବାଭାବିକ କରାଯାଇ ପାରିବ ବୋଲି ଆଶା ସଞ୍ଚାର ହୋଇଛି।

କିନ୍ତୁ, ଗଣମାଧ୍ୟମକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ବରିଷ୍ଠ ଜରୁରୀକାଳୀନ ଅଧିକାରିଣୀ କ୍ୟାଥେରାଇନ୍‌ ସ୍ମଲ୍‌ଉଡ୍‌ ବିପଜ୍ଜନକ ସତର୍କ ସୂଚନା ଦେଇ କହିଛନ୍ତି, କ୍ଷିପ୍ର ସଂକ୍ରମଣ ବିସ୍ତାର ହାର ବିପରୀତ ପ୍ରଭାବ ମଧ୍ୟ ପକାଇପାରେ।

Image Courtesy of The Guardian

ସମ୍ବାଦ ସରବରାହ ସଂସ୍ଥାନ ‘ଏଏଫ୍‌ପି’ ସହିତ ସାକ୍ଷାତ୍‌କାର ବେଳେ ସେ କହିଛନ୍ତି, ଓମିକ୍ରନ୍‌ ଯେତେ ବ୍ୟାପିବ, ସେତେ ସଂକମଣ କରିବ ଏବଂ ସେତେ ବଂଶ ବିସ୍ତାର କରିବ। ନୂତନ ଭେରିଏଣ୍ଟ୍‌ ମଧ୍ୟ ସୃଷ୍ଟି କରାଇପାରେ। ସମ୍ପ୍ରତି ଓମିକ୍ରନ୍‌ ମାରତ୍ମକ ବୋଲି ଜଣାପଡ଼ିଛି। ଏହା ମୃତ୍ୟୁର କାରଣ ହୋଇପାରେ। ତା’ହୁଏ ତ ‘ଡେଲ୍‌ଟା’ ଠାରୁ ଟିକେ ସ୍ବଳ୍ପ ହୋଇପାରେ। କିନ୍ତୁ, ପରବର୍ତ୍ତୀ ଭେରିଏଣ୍ଟ୍‌ କ’ଣ କରିବ, ତା’କିଏ କହିପାରିବ?

ସେ ଆହୁରି ମଧ୍ୟ କହିଛନ୍ତି, ମହାମାରୀ ପ୍ରାରମ୍ଭରୁ ୟୁରୋପ ୧୦୦ ନିୟୁତରୁ ଅଧିକ ସଂକ୍ରମଣ ମାମଲା ରେକର୍ଡ କରିଛି। ୨୦୨୧ର ଶେଷ ସପ୍ତାହରେ ରେକର୍ଡ କରିଛି ୫ ନିୟୁତରୁ ଅଧିକ ଆକ୍ରାନ୍ତ। ଅତୀତର ସଂକ୍ରମଣ ହାର ଠାରୁ ବର୍ଷାନ୍ତ ସପ୍ତାହର ମାମଲା ଯଥେଷ୍ଟ ଅଧିକ।

ଆମେ ଖୁବ୍‌ ବିପଜ୍ଜନକ ପର୍ଯ୍ୟାୟରେ ଅଛନ୍ତି। ପଶ୍ଚିମ ୟୁରୋପରେ ସଂକ୍ରମଣ ହାର ଅଧିକ ଦ୍ରୁତ ବେଗରେ ବୃଦ୍ଧି ପାଉଛି। କିନ୍ତୁ, ଏପର୍ଯ୍ୟନ୍ତର ତା’ର ପୂର୍ଣ୍ଣ ପ୍ରଭାବ ଜଣପଡ଼ିନାହିଁ।

ସମ୍ବନ୍ଧିତ ଖବର