ସବୁଠୁ ଦାମୀ ଆପାର୍ଟମେଣ୍ଟ୍‌ ୩୯୬ କୋଟିରେ ବିକ୍ରି

ନୂଆଦିଲ୍ଲୀ : ଦକ୍ଷିଣ ମୁମ୍ବାଇର ମାଲାବାର ହିଲ୍‌ରେ ସମୁଦ୍ର ଆଡ଼କୁ ମୁହଁ କରିଥିବା ଏକ ବିଳାସପୂର୍ଣ୍ଣ ଟ୍ରିପ୍ଲେକ୍ସ ଆପାର୍ଟମେଣ୍ଟ୍‌ ୩୯୬ ‌କୋଟି ଟଙ୍କାରେ ବିକ୍ରି ହୋଇଛି। ତାହା ଭାରତର ସବୁଠୁ ଦାମୀ ଆପାର୍ଟମେଣ୍ଟ୍‌ ବୋଲି କୁହାଯାଉଛି। ଶିଳ୍ପପତି ଜେ ପି ଟାପାରିଆଙ୍କ ପରିବାର ସେହି ଘରକୁ କିଣିଛନ୍ତି।

ଲୋଧା ମାଲାବାର ନାମକ ଏକ ବିଳାସପୂର୍ଣ୍ଣ ରିଅଲ ଇଷ୍ଟେଟ୍‌ ପ୍ରକଳ୍ପର ୨୬,୨୭ ଓ ୨୮ତମ ମହଲାରେ ଏହି ଟ୍ରିପ୍ଲେକ୍ସ ରହିଛି। ୨୭,୧୬୦ ବର୍ଗଫୁଟର ଏହି ଆପାର୍ଟମେଣ୍ଟ୍‌ର ବର୍ଗଫୁଟ ପିଛା ଦାମ୍ ୧ ଲକ୍ଷ ୩୬ ହଜାର ଟଙ୍କା ରହିଛି। ଏହି ଆପାର୍ଟମେଣ୍ଟ୍ ପାଇଁ ଷ୍ଟାମ୍ପ୍ ଡ୍ୟୁଟି ବାବଦରେ ୧୯.୦୭ କୋଟି ଟଙ୍କା ଦିଆଯାଇଛି। ପନ୍ଦର ଦିନ ପୂର୍ବେ ବଜାଜ ଅଟୋର ଅଧ୍ୟକ୍ଷ ନିରଜ ବଜାଜ ୨୫୨.୫୦ କୋଟି ଟଙ୍କାରେ ଏକ ବିଳାସପୂର୍ଣ୍ଣ ପେଣ୍ଟ୍‌ହାଉସ୍‌ କିଣିଥିଲେ।

ସମ୍ବନ୍ଧିତ ଖବର