ନୂଆଦିଲ୍ଲୀ : ଭାରତ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତିପାଳନ କରୁଥିବାବେଳେ ଏହି ୭୫ ବର୍ଷ ମଧ୍ୟରେ ଦେଶ ଅନେକ କ୍ଷେତ୍ରରେ ଅଗ୍ରଗତି ଲାଭ କରିଛି । ଦେଶକୁ ଆଗେଇ ନେବାରେ ଦେଶର ବିଭିନ୍ନ ଅନୁଷ୍ଠାନ ମିଳିମିଶି କାମ କରିଛନ୍ତି । ତେବେ ଦେଶର କେଉଁ ଅନୁଷ୍ଠାନ ଉପରେ ଦେଶବାସୀଙ୍କ ଅଧିକ ଭରସା ରହିଛି ?

Advertisment

ଇପସସ୍ ଇଣ୍ଡିଆ ନାମକ ଏକ ସଂସ୍ଥା ପକ୍ଷରୁ କରାଯାଇଥିବା ଏକ ସର୍ଭେ ଅନୁସାରେ ପ୍ରତିରକ୍ଷା ବାହିନୀ, ରିଜର୍ଭ ବ୍ୟାଙ୍କ ଓ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଉପରେ ଭାରତୀୟମାନେ ସବୁଠାରୁ ଅଧିକ ଭରସା କରନ୍ତି । ସେହିପରି ୪ର୍ଥ ଓ ୫ମ ସ୍ଥାନରେ ରହିଛନ୍ତି ସୁପ୍ରିମକୋର୍ଟ ଓ ସିବିଆଇ ।

ଏହି ସର୍ଭେ ରିପୋର୍ଟ ଅନୁସାରେ ପ୍ରତିରକ୍ଷା ବାହିନୀ (ତିନି ସେନା) ଉପରେ ପ୍ରତି ୩ ଜଣ ଭାରତୀୟଙ୍କ ମଧ୍ୟରୁ ୨ ଜଣ ବା ୬୫ ପ୍ରତିଶତ ଭରସା କରନ୍ତି । ସେହିପରି ରିଜର୍ଭ ବ୍ୟାଙ୍କ ଉପରେ ୫୦ ପ୍ରତିଶତ ଓ ପିଏମଓ ଉପରେ ୪୯ ପ୍ରତିଶତ ଲୋକ ଭରସା କରନ୍ତି । ଭାରତର ସଂସଦକୁ ୩୩ ପ୍ରତିଶତ ଲୋକ ଭରସା କରୁଥିବାବେ​ଳେ ଗଣମାଧ୍ୟମକୁ ୩୨ ପ୍ରତିଶତ ଲୋକ ଭରସା କରନ୍ତି । ଭାରତର ନିର୍ବାଚନ କମିସନଙ୍କୁ ୩୧ ପ୍ରତିଶତ ଲୋକ ଭରସା କରନ୍ତି ।

ତେବେ କେଉଁ ଅନୁଷ୍ଠାନଗୁଡ଼ିକୁ ଦେଶବାସୀ ସବୁଠାରୁ କମ ଭରସା କରନ୍ତି ? ଏହି ସର୍ଭେରୁ ଜଣାପଡ଼ିଛି ଯେ ରାଜନୈତିକ ଦଳ, ରାଜନୈତିକ ନେତା, ଧର୍ମଗୁରୁ ଓ ସାମାଜିକ କର୍ମୀମାନଙ୍କୁ ଲୋକେ ସବୁଠାରୁ କମ ଭରସା କରନ୍ତି ।