ଝିଅ ହେବାରୁ ମହିଳାଙ୍କୁ ଶାଶୂ ଘର ଲୋକଙ୍କ ନିସ୍ତୁତ ମାଡ଼, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍‌

ମ‌ହୋବା: ଉତ୍ତରପ୍ରଦେଶର ମହୋବା ଜିଲ୍ଲାର ଜଣେ ମହିଳା ୨ଟି ଝିଅ ଜନ୍ମ ଦେବାରୁ ତାଙ୍କୁ ପ୍ରବଳ ଅତ୍ୟାଚାରର ଶିକାର ହେବାକୁ ପଡ଼ିଛି। ମହିଳା କହିଛନ୍ତି, ତାଙ୍କ ସ୍ବାମୀ ଏବଂ ଶାଶୂ-ଶ୍ବଶୂର ତାଙ୍କୁ ଲଗାତାର ଭାବେ ନିର୍ଯାତନା ଦେଇଛନ୍ତି ଏବଂ ଆକ୍ରମଣ କରିଛନ୍ତି। ମହିଳାଙ୍କ ପୁଅ ନହେବାରୁ ତାଙ୍କୁ ଅତ୍ୟାଚାରର ଶିକାର ହେବାକୁ ପଡ଼ିଛି। ଦ୍ବିତୀୟ ଝିଅ ହେବାପରେ ସେ ବେଶି ଅତ୍ୟାଚାରର ଶିକାର ହୋଇଛନ୍ତି। ଉକ୍ତ ମହିଳାଙ୍କୁ ତାଙ୍କ ଶାଶୂ ଘର ‌ଲୋକ ନିସ୍ତୁକ ମାଡ଼ ମାରୁଥିବାର ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି। ପୁଲିସ ଉକ୍ତ ଘଟଣାରେ ଏକ ମାମଲା ରୁଜୁ କରିଛି ଏବଂ ତଦନ୍ତ ଆରମ୍ଭ ହୋଇଛି। ମହିଳା ଜଣଙ୍କ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ମହୋବା ଏସ୍‌ପି ସୁଧା ସିଂହ କହିଛନ୍ତି, ଉକ୍ତ ଘଟଣାରେ ଏକ ଏତଲା ରୁଜୁ ହୋଇଛି ଏବଂ ଅଭିଯୁକ୍ତ ବିରୋଧରେ ସଠିକ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ।

ସମ୍ବନ୍ଧିତ ଖବର