ଅଭିନେତ୍ରୀ କଙ୍ଗନା ରଣାୱତ ପୁଣି ମୁମ୍ବାଇ ପୁଲିସକୁ ନିଶାଣ ଲଗାଇଛନ୍ତି। ମୁମ୍ବାଇ ପୁଲିସ୍କୁ ସେ ଡରୁଥିବା ଟ୍ବିଟ୍ କରି ଜଣାଇଛନ୍ତି। ନିକଟରେ କଙ୍ଗନା ବଲିଉଡ୍ ଡ୍ରଗ୍ କଲ୍ଚର ବାବଦରେ ଖୋଲାଖୋଲି ମନ୍ତବ୍ୟ ଦେଇଥିଲେ। ଏଥିପାଇଁ ସେ ଟ୍ରୋଲ୍ର ଶିକାର ହୋଇଥିଲେ। ଏହି ବୟାନ ପରେ କିଛି ଲୋକ ତାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଥିଲେ। ସୋସିଆଲ ମିଡିଆରେ ଜଣେ ପ୍ରଶଂସକ ଲେଖିଥିଲେ, କଙ୍ଗନା ବଲିଉଡ୍ ଡ୍ରଗ୍ ମାଫିଆଙ୍କ ପର୍ଦାଫାସ୍ କରିଥିବା ବେଳେ ନିଜର ସୁରକ୍ଷା ଦାବି କରିଥିଲେ। ମାତ୍ର ମହାରାଷ୍ଟ୍ର ସରକାର ଏପର୍ଯ୍ୟନ୍ତ ତାଙ୍କ ନିରାପତ୍ତା ବ୍ୟବସ୍ଥା କଲା ନାହିଁ। ଏହାର ଜବାବରେ କଙ୍ଗନା ଲେଖିଛନ୍ତି, ମତେ ଫିଲ୍ମ ମାଫିଆ ଗୁଣ୍ଡାମାନଙ୍କଠୁ ଅଧିକ ମୁମ୍ବାଇ ପୁଲିସ୍କୁ ଡର ଲାଗୁଛି। ମୁଁ ହିମାଚଳ ସରକାର କିମ୍ବା କେନ୍ଦ୍ର ସରକାରଙ୍କଠୁ ନିରାପତ୍ତା ଚାହୁଛି।
ଫିଲ୍ମ ମାଫିଆଙ୍କଠୁ ମୁମ୍ବାଇ ପୁଲିସ୍କୁ ବେଶି ଡର ଲାଗୁଛି: କଙ୍ଗନା
/sambad/media/post_attachments/wp-content/uploads/2020/08/17_08_2020-kangana_20634873.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)