୩୦ ବର୍ଷ ଧରି ବୌଦ୍ଧ ସନ୍ନ୍ୟାସୀ ବେଶରେ ଲୁଚିଥିବା ହତ୍ୟାକାରୀ ଗିରଫ

ଫାରୁଖାବାଦ: ଦୀର୍ଘ ୩୦ ବର୍ଷ ଧରି ବୌଦ୍ଧ ସନ୍ନ୍ୟାସୀ ଭାବେ ଳୁଚି ରହିଥିବା ଜଣେ ହତ୍ୟାକାରୀକୁ ଉତ୍ତରପ୍ରଦେଶର ଫାରୁଖାବାଦରୁ ସୋମବାର ପୁଲିସ ଗିରଫ କରିଛି। ରାମ ସେବକ ୧୯୯୧ରେ ଗଣହତ୍ୟା ଅଭିଯୋଗରେ ଅଭିଯୁକ୍ତ ହୋଇଥିଲା। ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ସେ ଆଗ୍ରାର ଲଖନପୁର ଅଞ୍ଚଳରେ ରହୁଥିବା ଏକ ପରିବାରର ୬ ଜଣଙ୍କୁ ହତ୍ୟା କରିଥିଲା। ଏହି ହତ୍ୟାକାଣ୍ଡ ପାଇଁ ତିନି ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡାଦେଶ ମିଳିଥିଲା। କିନ୍ତୁ ସେମାନଙ୍କ ମଧ୍ୟରୁ କିଶୋରୀ ଲାଲ ଏବଂ ରାମ ସେବକ ଖସି ପଳାଇଥିଲେ। ୩୦ ବର୍ଷ ଧରି ଆତ୍ମଗୋପନ କରିଥିବା ଅଭିଯୁକ୍ତ ରାମ ସେବକକୁ ସୋମବାର ରାତିରେ ଫାରୁଖାବାଦ ବସ୍‌ଷ୍ଟାଣ୍ଡ ନିକଟରୁ ଗିରଫ କରାଯାଇଥିଲା। ପଚରାଉଚରା ବେଳେ ସେ ପୁଲିସକୁ କହିଥିଲା ଯେ ଦିଲ୍ଲୀ ଯାଇ ବୌଦ୍ଧ ଧର୍ମ ଗ୍ରହଣ କରିଥିଲା। ତା’ପରେ ଜଣେ ବୌଦ୍ଧ ସନ୍ନ୍ୟାସୀ ଭାବରେ ଜୀବନଯାପନ କରିଥିଲା। ଅଭିଯୁକ୍ତ ତା’ର ନାମ ଏବଂ ପରିଚୟ ମଧ୍ୟ ବଦଳାଇ ଦେଇଥିଲା।

ସମ୍ବନ୍ଧିତ ଖବର