ୱାସିଂଟନ: ଚତୁର୍ଦ୍ଦଶ ଶତାବ୍ଦୀରେ ୟୁରୋପରେ ଏକ ଭୟଙ୍କର ମହାମାରୀ ଦେଖାଯାଇଥିଲା ଯେଉଁଥିରେ ୟୁରୋପର ପ୍ରାୟ ୨୦ ନିୟୁତ ଲୋକ ଅର୍ଥାତ୍ ପ୍ରାୟ ଅଧା ୟୁରୋପୀୟ ମୃତ୍ୟୁବରଣ କରିଥିଲେ। ବର୍ତ୍ତମାନ ବୈଜ୍ଞାନିକମାନେ ଦାବି କରୁଛନ୍ତି ଯେ ‘ବ୍ଲାକ୍ ଡେଥ୍’ ବୋଲି କୁହାଯାଉଥିବା ଏହି ମହାମାରୀ ଜନିତ ମୃତ୍ୟୁର କାରକ ବୀଜାଣୁର ଡିଏନ୍ଏ ଆବିଷ୍କାର କରିଛନ୍ତି, ଯେଉଁଥିରୁ ରୋଗର କାରଣ ବିଷୟରେ ଜଣାପଡ଼ିବ। ବୈଜ୍ଞାନିକମାନେ ଚତୁର୍ଦ୍ଦଶ ଶତାବ୍ଦୀର ଗଣକବରଖାନାରୁ ମୃତକଙ୍କ ଦେହାବଶେଷରୁ ରୋଗସୃଷ୍ଟିକାରୀ ବ୍ୟାକ୍ଟେରିୟମ୍ ୟେର୍ସିନିଆ ପେଷ୍ଟିସ୍ର ଜେନେଟିକ୍ ଫିଙ୍ଗରପ୍ରିଣ୍ଟ ପାଇଛନ୍ତି। କିରଗିଜସ୍ତାନର ଲେକ୍ ଇସିକ କୁଲଠାରେ ଥିବା କବରଖାନାରୁ ଏହା ମିଳିଛି। ପୋତା ହୋଇଥିବା ତିନିଜଣ ମହିଳାଙ୍କ ଦାନ୍ତରୁ ଏହି ବୀଜାଣୁର ଡିଏନ୍ଏ ଆବିଷ୍କାର କରାଯାଇଛି। ଏହି ମହିଳାମାନେ ରୋଗ ସଂକ୍ରମଣର ପ୍ରାରମ୍ଭିକ ଅବସ୍ଥାରେ ୧୩୩୮ରୁ ୧୩୩୯ ମସିହା ଭିତରେ ମୃତ୍ୟୁବରଣ କରିଥିଲେ। ୱାଇ ପେଷ୍ଟିସ୍ ନାମକ ବୀଜାଣୁ ଦ୍ବାରା ରୋଗ ବ୍ୟାପିଥିଲା ବୋଲି ଗବେଷକମାନେ କହିଛନ୍ତି। ୫୦୦ ବର୍ଷ ଯାଏ ଏହି ରୋଗର ପ୍ରାଦୁର୍ଭାବ ରହିଥିଲା। ମାନବ ଇତିହାସରେ ଏହା ସବୁଠାରୁ ବଡ଼ ସଂକ୍ରାମକ ରୋଗ। ବ୍ଲାକ୍ ଡେଥ୍ ଦ୍ବାରା ୮ ବର୍ଷରେ ପଶ୍ଚିମ ୟୁରେସୀୟ ଜନସଂଖ୍ୟାର ୬୦ ପ୍ରତିଶତ ଲୋପ ପାଇଯାଇଥିଲେ।
ପ୍ରାଚୀନ ଡିଏନ୍ଏରୁ ‘ବ୍ଲାକ୍ ଡେଥ୍’ର ରହସ୍ୟ ଉନ୍ମୋଚିତ: ୨୦ ନିୟୁତ ୟୁରୋପୀୟଙ୍କ ମୃତ୍ୟୁ ହୋଇଥିଲା
/sambad/media/post_attachments/wp-content/uploads/2022/06/fhsfhsfhhsfhffhhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)