ନୀତୀଶଙ୍କ ପ୍ରଥମ ଭର୍ଚୁଆଲ୍‌ ରାଲି: ବିନା ବିରତିରେ ୧୭୨ ମିନିଟ୍‌ ଭାଷଣ

ପାଟନ‌ା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସେପ୍ଟେମ୍ବର ୭ ତାରିଖରେ ପାଟାନା ସ୍ଥିତ ଜେଡିୟୁ ଅଫିସ୍‌ରେ ପ୍ରଥମ ଭର୍ଚୁଆଲ୍‌ ରାଲି କରିଥିଲେ। ପ୍ରଥମ ଭର୍ଚୁଆଲ୍‌ ରାଜନୈତିକ ରାଲିରେ ନୀତିଶ ୧୭୨ ମିନିଟ୍‌ ପର୍ଯ୍ୟନ୍ତ ବିନା କୌଣସି ବିରତିରେ ଭାଷଣ ଦେଇଥିଲେ। ବିହାରରେ ନିର୍ବାଚନୀ ପ୍ରଚାର ଇତିହାସରେ କୌଣସି ନେତା ଏତେ ଲମ୍ବା ସମୟ ଭାଷଣ ଦେବା ପ୍ରଥମ । ଏହି ରାଲିକୁ ୨୦ ଲକ୍ଷରୁ ଅଧିକ ଲୋକ ଦେଖିଥିଲେ। ଦିନର ପ୍ରଥମାର୍ଦ୍ଧ‌ରେ ରାଲିରେ ଭାଷଣ ହେବାପରେ ନୀତୀଶ ଅପରାହ୍ନରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏକ ସମୀକ୍ଷା ବୈଠକ‌ରେ ପ୍ରାୟ ୨ରୁ ଅଢ଼େଇ ଘଣ୍ଟା‌ ବସିଥିଲେ। ତେବେ ମଧ୍ୟାହ୍ନ ଭୋଜନ ନ ଖ‌ାଇ ଦିନରେ ପ୍ରାୟ ୯ ଘଣ୍ଟା ପର୍ଯ୍ୟନ୍ତ ବସି ନୀତୀଶ ‘ଜନ୍‌ତାକେ ଦରବାର ମେ ମୁଖ୍ୟମନ୍ତ୍ରୀ’ କାର୍ଯ୍ୟକ୍ରମରେ‌ ଲୋକମାନଙ୍କ ସମସ୍ୟା ବିଷୟରେ ଶୁଣନ୍ତି।

କାମ ସମୟରେ ନୀତୀଶ ନିଜ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତିନି। ନୀତୀଶ ଅସୀମ ଧୈର୍ଯ୍ୟ ଶକ୍ତି ଥିବା ଜଣେ ମଣିଷ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଜଣେ ବରିଷ୍ଠ ଅମଲା କହିଛନ୍ତି। ନୀତୀଶ ତାଙ୍କ ହାତରେ ଥିବା ବିଭାଗଗୁଡ଼ିର ପ୍ରତ୍ୟେକ ଯୋଜନା ବାବଦରେ ଟିକିନିଖି ତଥ୍ୟ ରଖିଥାନ୍ତି। ତାଙ୍କ ପାଖରେ କୌଣସି ତଥ୍ୟ ଉପସ୍ଥାପନ କରିବାର ଥିଲେ ଜଣଙ୍କୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ନୀତୀଶ ୧୦୦ରୁ ଅଧିକ ନିର୍ବାଚନୀ ବୈଠକରେ ଉଦ୍‌ବୋଧନ ଦେଇଥିଲେ। କାମ ପ୍ରତି ନୀତୀଶଙ୍କ ଉତ୍ସାହ ଉଦାହରଣୀୟ। ବିହାରର ଜଣେ ମନ୍ତ୍ରୀ ଅଶୋକ ଚୌଧୁରୀ କହିଛନ୍ତି ଯେ, ନୀତୀଶଙ୍କଠାରୁ ତାଙ୍କ ବୟସ ୧୮ ବର୍ଷ କମ୍‌। କିନ୍ତୁ ନୀତୀଶଙ୍କ ପରି ସେ କାମ କରିପାରନ୍ତି ନାହିଁ। ନୀତୀଶ ତାଙ୍କ ସ୍ବାସ୍ଥ୍ୟ ପ୍ରତି ଖୁବ୍‌ ସଚେତନ। ସେ ତାଙ୍କ ବାପାଙ୍କଠାରୁ ଉତ୍ତମ ଜୀବନଶୈଳୀ ଶିଖିଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର