ଅସମାହିତ ହୋଇ ରହିଥିବ କରୋନାଭୂତାଣୁ ରହସ୍ୟ!

ନୂଆଦିଲ୍ଲୀ: ସମ୍ପ୍ରତି ଆମେ ବିଜ୍ଞାନ ଯୁଗରେ କାଳ କାଟୁଥିବା ବେଳେ ଏହାର ମୁଖ୍ୟ ନିର୍ଣ୍ଣାୟକ ଦର୍ଶନ ହେଉଛି ଯାବତୀୟ ବିଶୃଙ୍ଖଳା ଭିତରେ ଏକ ଶୃଙ୍ଖଳାକ୍ରମ ପ୍ରତିଷ୍ଠା କରିବା। ତେବେ ବର୍ତ୍ତମାନ ବିଶ୍ବ ତମାମ ଛାଇ ରହିଥିବା ମହାମାରୀ କରୋନାଭୂତାଣୁର ସ୍ଥିତି ଓ ଉତ୍ପତ୍ତିକୁ କେନ୍ଦ୍ର କରି ନାନା କଥା ଶୁଣାଯାଉଥିବା ବେଳେ ଏ ସଂକ୍ରାନ୍ତ ଏକ ଧାର୍ଯ୍ୟ ଉପସଂହାର ଆଣିବା ପାଇଁ ଏ ଯାଏ କୌଣସି ବିଜ୍ଞାନସମ୍ମତ ତଥ୍ୟ ହସ୍ତଗତ ହୋଇନାହିାଁ ତେବେ ମୁଖ୍ୟତଃ ଦୁଇଟି ବିକଳ୍ପର ସମାଧାନ ଖୋଜିବାରେ ବିଶେଷଜ୍ଞମାନେ ସେମାନଙ୍କ ବୈଜ୍ଞାନିକ ଅନୁସନ୍ଧିତ୍ସାକୁ ଖଟେଇ ଦେଇଛନ୍ତି। ଏହି ଅଭିନବ କରୋନାଭୂତାଣୁ ସାର୍ସ–କୋଭ୍–୨ ଚୀନ୍‌ର ଉହାନ ସହର ସ୍ଥିତ ଜୈବ ବିଜ୍ଞାନାଗାରରେ କୃତ୍ରିମ ଭାବେ ସୃଷ୍ଟି ହୋଇଛି ନା ପ୍ରାକୃତିକ ପ୍ରକ୍ରିୟାରେ ଏହାର ବଂଶବିସ୍ତାର ଏଭଳି ଜାରି ରହିଛି, ତାହା ଜାଣିବା ମୁସ୍କିଲ ହୋଇପଡି଼ଛିା

ପ୍ରାକୃତିକ ସୃଷ୍ଟି ତତ୍ତ୍ବ ଅନୁଯାୟୀ, ବାଦୁଡି଼ଙ୍କଠାରୁ ହିଁ ଏହି ଭୂତାଣୁ ମନୁଷ୍ୟ ଶରୀରକୁ ପ୍ରବେଶ କରିଛିା ଅବଶ୍ୟ ଏକ ସ୍ବତନ୍ତ୍ର ପ୍ରଜାତିର ଅଶ୍ବଖୁରାକୃତି ବାଦୁଡି଼ଙ୍କ ଠାରୁ ଏହି ସାର୍ସ–କୋଭ୍–୨ ଆସିଥିବା ସମ୍ପର୍କରେ ଯଥେଷ୍ଟ ପ୍ରମାଣ ମିଳିପାରିଛିା ତେବେ ଏହି ତତ୍ତ୍ବର ଅନ୍ୟତମ ଉପତତ୍ତ୍ବ ଅନୁଯାୟୀ, ଏହି ଭୂତାଣୁ କେବେ ସିଧାସଳଖ ଭାବେ ବାଦୁଡି଼ଙ୍କ ଠାରୁ ମନୁଷ୍ୟ ଦେହକୁ ଡେଇଁ ଆସିନାହାନ୍ତିା ବରଂ ଏହି ଅବସରରେ ଏହା ଏକ ମଧ୍ୟସ୍ଥ ଅତିଥି ଶରୀରରେ କିଛି ସମୟ କାଟି ସେଠାରୁ ମନୁଷ୍ୟଙ୍କ ଠାରେ ପହ‌ିଛିା ତେବେ ଠାବ ହୋଇପାରିନଥିବା ସେହି ମଧ୍ୟସ୍ଥି ଜଣକ ବଜ୍ରକାପ୍ତା ବୋଲି କୁହାଯାଉଥିବା ବେଳେ ସେ ସମ୍ପର୍କରେ କୌଣସି ବିଜ୍ଞାନସମ୍ମତ ତଥ୍ୟ ମିଳିିପାରିନାହିାଁ ସେହିପରି ଦ୍ବିତୀୟ ତତ୍ତ୍ବ ଅନୁଯାୟୀ, ଅଭିନବ କରୋନାଭୂତାଣୁ ସାର୍ସ–କୋଭ୍–୨ ହିଁ ମନୁଷ୍ୟ ଦ୍ବାରା ସୃଷ୍ଟା ଚୀନ୍‌ର ଉହାନ ସ୍ଥିତ ଭୂତାଣୁବିଜ୍ଞାନ ପ୍ରତିଷ୍ଠାନର ପରୀକ୍ଷାଗାରରେ ଏକ ଭୂତାଣୁର ଗୁଣସୂତ୍ରୀୟ ପରିବର୍ତ୍ତନ ବେଳେ ଏହା ଅସାବଧାନତାବଶତଃ ସେଠାରୁ ବାହାରକୁ ଖସି ଆସିଛିା ତେଣୁ ଉହାନକୁ କରୋନାଭୂତାଣୁର ଉତ୍ପତ୍ତିସ୍ଥଳ ଭାବେ ଆମେରିକା ସମେତ ଅନେକ ରାଷ୍ଟ୍ର କହୁଥିବା ବେଳେ ଏ ପ୍ରକାର ଦାବିକୁ ଚୀନ୍ ସରକାର ବାରମ୍ବାର ଖଣ୍ତନ କରି ଆସିଛି। ତେବେ ବାସ୍ତବ କଥା ହେଲା, ସାର୍ସ–କୋଭ୍–୨ ଏକ ଗୁଣସୂତ୍ରୀୟ ରୂପାନ୍ତର ବା ଏହା ଉହାନ୍ରୁ ମୁକୁଳି ଆସିଥିବା ସମ୍ପର୍କରେ କୌଣସି ପ୍ରମାଣ ନାହିଁ କି ଏ ପ୍ରକାର ଅନୁମାନକୁ ଖଣ୍ତନ କରିବା ପାଇଁ ଯଥେଷ୍ଟ ଯୁକ୍ତି ମଧ୍ୟ ନାହିଁ। ତେଣୁ କରୋନାଭୂତାଣୁ ସଂକ୍ରାନ୍ତ କୌଣସି ସିଦ୍ଧାନ୍ତକୁ ପ୍ରମାଣ କରିବା ପାଇଁ କିମ୍ବା କୌଣସି ମତବାଦକୁ ଅଗ୍ରାହ୍ୟ କରିବା ପାଇଁ ବିକ୍ଷିପ୍ତ ବୈଜ୍ଞାନିକ ଅନୁଶଳନର ଆବଶ୍ୟକତା ରହିଛିା ଏହାର ପ୍ରାକୃତିକ ସୃଷ୍ଟି ତତ୍ତ୍ବ ପାଇଁ ବୈଜ୍ଞାନିକମାନଙ୍କୁ ଉହାନ ସହର ଭିତରେ ଓ ବାହାରେ ଉପଲବ୍ଧ ବିଭିନ୍ନ ସମ୍ଭାବ୍ୟ ମଧ୍ୟସ୍ଥି ପଶୁପକ୍ଷୀ ସମ୍ପର୍କରେ ଜୈବିକ ତଥ୍ୟ ଲୋଡା଼।

ସମ୍ବନ୍ଧିତ ଖବର