ପୁଣି ବ୍ୟବହାର ଉପଯୋଗୀ ହୋଇପାରିବ ଏନ୍-୯୫ ମାସ୍କ, ଆଇଆଇଟି-ଦିଲ୍ଲୀ ବିକଶିତ କଲା ମେସିନ୍

ନୂଆଦିଲ୍ଲୀ: ଆଇଆଇଟି ଦିଲ୍ଲୀର ଷ୍ଟାର୍ଟ-ଅପ୍  ଚକ୍ର ଇନୋଭେସନ୍ ପକ୍ଷରୁ ଏନ୍-୯୫ ମାସ୍କକୁ କିପରି ପୁନଃ ବ୍ୟବହାର ଉପଯୋଗୀ କରା ଯାଇପାରିବ ସେଥିପାଇଁ ଏକ ଉପକରଣ ଡିଜାଇନ୍ କରିଛନ୍ତି । ଦାବି କରାଯାଉଛି ଯେ ଚକ୍ର ଡିକୋଭ୍ ନାମକ ଏହି ଯନ୍ତ୍ର ଏନ୍-୯୫ ମାସ୍କକୁ ୧୦ ଥର ପୁନଃ ବ୍ୟବହାର ଉପଯୋଗୀ କରିବାରେ ସକ୍ଷମ ଅଟେ । ସ୍ବାସ୍ଥ୍ୟ କର୍ମଚାରୀଙ୍କୁ କରୋନା ଭାଇରସ୍ ବିରୋଧରେ ଲଢିବା ପାଇଁ ଏନ୍-୯୫ ମାସ୍କ ଏକ ହତିଆର ଭଳି କାମ କରିଥାଏ । ଏହାକୁ ଦୃଷ୍ଟିରେ ଦେଖି ଆଇଆଇଟି-ଆର୍ଥିକ ସହଯୋଗରେ ଆଇଆଇଟି ଦିଲ୍ଲୀ-ଇନକ୍ୟୁବେଡ୍ କ୍ଲିଣ୍ଟେକ୍ ଷ୍ଟାର୍ଟଅପ୍ ଚକ୍ର ଇନୋଭେସନ୍ ଚକ୍ର ଡିକୋଭ ନାମକ ଏହି  ଉପକରଣ ବିକଶିତ କରିଛି। ଚକ୍ର ଇନୋଭେସନ୍ ପକ୍ଷରୁ ଦାବି କରାଯାଉଛି ଯେ ଏହା ଦ୍ବାରା ଏନ୍-୯୫ ମାସ୍କକୁ ସୁରକ୍ଷିତ ରଖାଯିବା ସହିତ ପୁନର୍ବାର ବ୍ୟବହାର କରାଯାଇ ପାରିବ । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ ଶୁକ୍ରବାର ଚକ୍ର ଡିକୋଭ୍  ଡିଭାଇସ୍କୁ ଉନ୍ମୋଚନ କରିଛନ୍ତି ।

ପୂର୍ବରୁ ଏହି ମାସ୍କକୁ ବ୍ୟବହାର କରିବା ପରେ ବାହାରେ ଫୋପାଡିବା ଦ୍ବାରା ବର୍ଜ୍ୟବସ୍ତୁ ବଢିବା ସହ ଏହା ପରିବେଶ ପାଇଁ ବିପଦ ସୃଷ୍ଟି କରୁଥିଲା । ଏହି ସମସ୍ୟାର ସମାଧାନ ପାଇଁ ଯୋଜନା କରି ପ୍ରସ୍ତୁତ ହୋଇଥିବା ଚକ୍ର ଡିକୋଭ୍ ଡିଭାଇସ୍ ୯୦ ମିନିଟ୍ ଭିତରେ ଏନ୍-୯୫ ମାସ୍କକୁ ପୁନଃବ୍ୟବହାର ଉପଯୋଗୀ କରିପାରିବ ।

ସମ୍ବନ୍ଧିତ ଖବର