ଭାରତ ବିଶ୍ବ ଶିଖର ଛୁଇଁବାକୁ ଜାତୀୟ ଶିକ୍ଷା ନୀତି ଏକ ରୋଡ଼ମ୍ୟାପ୍: ଧର୍ମେନ୍ଦ୍ର

ହାଇଦ୍ରାବାଦ/ଭୁବନେଶ୍ୱର: ଦୀର୍ଘ ୩୪ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନୂଆ ଜାତୀୟ ଶିକ୍ଷା ନୀତି-୨୦୨୦(ଏନଇପି) ପ୍ରଣୀତ ହୋଇଛି। ଶିକ୍ଷା କ୍ଷେତ୍ରରେ ଭାରତ ବିଶ୍ବ ଶିଖର ଛୁଇଁବାକୁ ଏହି ନୀତି ଏକ ରୋଡ଼ମ୍ୟାପ୍ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶନିବାର ଆଇଆଇଟି ହାଇଦ୍ରାବାଦ ଠାରେ ଟେକ୍ନୋଲୋଜି ଇନୋଭେସନ ପାର୍କ ଓ ରିସର୍ଚ୍ଚ ସେଂଟର କମ୍ପଲେକ୍ସ ଉଦଘାଟନ ଓ ବିଭିଆର୍ ମୋହନ ରେଡ୍ଡୀ ନବସୃଜନ ଏବଂ ଉଦ୍ୟମିତା ସ୍କୁଲର ଶିଳାନ୍ୟାସ କରିବା ଅବସରରେ ଏହା କହିଛନ୍ତି । ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇ ସେ କହିଥିଲେ ଯେ, ଶିଳ୍ପ ବିପ୍ଳବ ୪.୦ ରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ଯାଉଛି । ଏହି ସମୟରେ ଭାରତ କେବଳ ଏକ ଉପଭୋକ୍ତା ରାଷ୍ଟ୍ର ହୋଇ ରହିବ ନାହିଁ ।

ଟେକ୍ନୋଲୋଜି ଇନୋଭେସନ ପାର୍କ ଓ ରିସର୍ଚ୍ଚ ସେଣ୍ଟର ଉଦଘାଟିତ

ଆଇଆଇଟି ହାଇଦ୍ରାବାଦ୍ ଏବଂ ଗ୍ରୀନକୋ ମଧ୍ୟରେ ଏମଓୟୁ

ଆତ୍ମନିର୍ଭର ସହ ବିଶ୍ୱ କଲ୍ୟାଣ ପାଇଁ କାମ କରିବାକୁ ଆହ୍ୱାନ

ତେଣୁ ଆମକୁ ଆତ୍ମନିର୍ଭର ହେବା ସହ ବିଶ୍ୱ କଲ୍ୟାଣ ପାଇଁ କାମ କରିବାକୁ ନୂତନ ମଡ଼େଲ ଏବଂ ନବସୃଜନକୁ ଆପଣାଇବାକୁ ପଡ଼ିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତର ପରିକଳ୍ପନାକୁ ଆମକୁ ସାକାର କରିବାକୁ ହେବ । ଦକ୍ଷତା ବିକାଶ ଆଜୀବନ ପ୍ରକିୟା ହୋଇଥିବାରୁ ଜାତୀୟ ଶିକ୍ଷା ନୀତିରେ ଶିକ୍ଷା ବ୍ୟବସ୍ଥା ସହ ଦକ୍ଷତା ବିକାଶକୁ ଯୋଡ଼ିବା ଉପରେ ଗୁରୁତ୍ୱ ଦିଆଯାଇଛି ।

ଆଇଆଇଟି ହ୍ରାଇଦ୍ରାବାଦ୍ ଭାରତକୁ ବୈଶ୍ୱିକ ବ୍ରାଣ୍ଡ୍ ଭାବରେ ସ୍ଥାପିତ କରିବା ସହ ଅମୃତ କାଳ ସମୟରେ ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପଥ ପରିଷ୍କାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହି ଅନୁଷ୍ଠାନ ସାମାଜର ଆବଶ୍ୟକତାକୁ ପୂରଣ କରିବା ସହ ବିଶ୍ୱର ସମସ୍ୟାକୁ ସମାଧାନ କରିବା ଦିଗରେ ନିଜର ଭୂମିକାକୁ ପ୍ରତିପାଦିତ କରିବା ଦରକାର । ଆଇଆଇଟି ହାଇଦ୍ରାବାଦ୍ ଶିକ୍ଷା ପ୍ରଦାନ କରିବା ସହ ଦକ୍ଷତା ବିକାଶ ଓ ଉଦ୍ୟମୀ ପ୍ରସ୍ତୁତ କରିବା ଦିଗରେ କାର୍ଯ୍ୟ କରିବାକୁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଛନ୍ତି  । ଏହି ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଗ୍ରୀନକୋ ସ୍କୁଲ୍ ଅଫ୍ ସଷ୍ଟେନେବଲ ସାଇନ୍ସ ଏଣ୍ଡ୍ ଟେକ୍ନୋଲୋଜି ପ୍ରତିଷ୍ଠା ପାଇଁ ଆଇଆଇଟି ହାଇଦ୍ରାବାଦ୍ ଏବଂ ଗ୍ରୀନକୋ ଗ୍ରୁପ୍ ମଧ୍ୟରେ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଥିଲା ।

ସମ୍ବନ୍ଧିତ ଖବର