ଭାରତ ମହାସାଗରରେ ନୌସେନା ସର୍ବାଧିକ ସତର୍କ

ନୂଆଦିଲ୍ଲୀ: ଚୀନ୍‌ର ଗତିବିଧି ଉପରେ ନଜର ରଖିବାପାଇଁ ନୌସେନା ନିରୀକ୍ଷଣ ବ୍ୟବସ୍ଥା ଉପରେ ଏବେ ଅଧିକ ଗୁରୁତ୍ବ ଦେଉଛି ଏବଂ ରଣନୀତିକ ମୁତୟନ ବୃଦ୍ଧି କରିଛି। ଭାରତ ମହାସାଗରର ଯେଉଁ ଅଞ୍ଚଳରେ ଚୀନ୍‌ର ଜାହାଜ ଏବଂ ବୁଡ଼ା ଜାହାଜ ବାରମ୍ବାର ପ୍ରବେଶ କରିଥିବା ନଜିର ରହିଛି ସେହି ଅଞ୍ଚଳରେ ଏବେ ଜାପାନ୍‌ ସହ ଭାରତ ମିଳିତ ସମରାଭ୍ୟାସ କରୁଛି। ସମରାଭ୍ୟାସରେ ଆଇଏନ୍‌ଏସ ରାଣା ଏବଂ ଆଇଏନ୍‌ଏସ କୁଲିଶକୁ ସାମିଲ କରାଯାଇଛି। ଜାପାନ୍‌ ମଧ୍ୟ ଦୁଇଟି ଯୁଦ୍ଧ ଜାହାଜ ଜେଏସ୍‌ କଶିମା ଏବଂ ଜେଏସ୍‌ ଶିମାୟୁକିକୁ ନିୟୋଜିତ କରିଛି। ଭାରତ- ପ୍ରଶାନ୍ତ ଅଞ୍ଚଳରେ ଚୀନ୍‌ର ଏକଚାଟିଆ ବାଣିଜ୍ୟ କାରବାର ଏବଂ ସାମରିକ ଶକ୍ତି ବୃଦ୍ଧିରେ ଅଙ୍କୁଶ ଲଗାଇବାପାଇଁ ଭାରତ, ଆମେରିକା, ଅଷ୍ଟ୍ରେଲିଆ, ଫ୍ରାନ୍ସ ଏବଂ ଜାପାନ୍‌ ସେନା ହାତ ମିଳାଇଛନ୍ତି। ପ୍ରାକୃତିକ ସମ୍ବଳରେ ଭରପୂର ଏହି କ୍ଷେତ୍ରରେ ୫ ରାଷ୍ଟ୍ରଙ୍କ ମିଳିତ ପ୍ରୟାସ ଚୀନ୍‌ ପାଇଁ ବହୁତ ବଡ଼ ଚ୍ୟାଲେଂଜ ହୋଇଛି।

ସମ୍ବନ୍ଧିତ ଖବର