ଟୁଇଟର୍‌ରେ ବୁଲିଲା ମୋଦିଙ୍କ ଆନିମେଟେଡ୍‌ ଭିଡିଓ, ଦେଖନ୍ତୁ କ’ଣ ଅଛି

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟୁଇଟର୍‌ରେ ନିଜର ଏକ ୩ଡି ଆନିମେଟେଡ୍‌ ଯୋଗ ଭିଡିଓ ଅପ୍‌ଲୋଡ୍‌ କରିଛନ୍ତି। ଏଥିରେ ମୋଦି ତ୍ରିକୋଣାସନ କରୁଥିବାର ଦେଖିବାକୁ ମିଳୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଟୁଇଟର୍‌ରେ ଲେଖିଛନ୍ତି କି, ‘କିଛି ଯୁବଙ୍କର ରଚନାତ୍ମକ ସୃଷ୍ଟି ଦେଖି ମୁଁ ଆଶ୍ଚର୍ଯ୍ୟ। ଯୋଗ ଅଭ୍ୟାସ ପାଇଁ ମୋର ଯେଉଁ ୩ଡି ଆନିମେଟେଡ ଭିଡିଓ କରାଯାଇଛି ସେହି ତ୍ରକୋଣାସନର ଭିଡିଓକୁ ମୁଁ ସେୟାର୍‌ କରୁଛି।’

ଯୋଗ ପ୍ରତ୍ୟେକ ମଣିଷର ଆବଶ୍ୟକତା ହେଇଥାଏ। ପୂର୍ବରୁ ସାଧୁ-ସନ୍ଥମାନଙ୍କୁ ହିମାଳୟରେ ଯୋଗ କରିବାକୁ ବାରଣ କରାଯାଉଥିଲା। ମାତ୍ର ଏବେ ଏହା ଆମର ଦୈନନ୍ଦିନ ଜୀବନର ଏକ ଅଙ୍ଗ ପରି। ସୁସ୍ଥ ଜୀବନ ପାଇଁ ଯୋଗ ଜରୁରୀ ହୋଇପଡ଼ିଛି। ଏ ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ରେଡିଓ କାର୍ଯ୍ୟକ୍ରମ ୪୨ ତମ ‘ମନ୍‌ କୀ ବାତ୍‌’ରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ଫିଟ୍‌ ଇଣ୍ଡିଆର ମନ୍ତ୍ର ଦେଇ କହିଥିଲେ କି ଉଭୟ ଶରୀର ଓ ମନ ଫୂର୍ତ୍ତି ପାଇଁ ଯୋଗ ହିଁ ସାର। ଗତ ଜୁନ ୨୧ ତାରିଖ୍‌ରେ ୪ର୍ଥ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମୋଦି ଏହି ବାର୍ତ୍ତା ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର