ନୂଆଦିଲ୍ଲୀ: ନୂତନ ସଂସଦ ଭବନ ୨୦୨୨ ଅକ୍ଟୋବର ସୁଦ୍ଧା ଶେଷ ହେବ ବୋଲି ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ଏହା ସହ ସେଣ୍ଟ୍ରାଲ ଭିଷ୍ଟା ଆଭେନ୍ୟୁ ଚଳିତ ବର୍ଷ ନଭେମ୍ବରରେ ଶେଷ ହେବ ବୋଲି କୁହାଯାଇଛି । କେନ୍ଦ୍ରୀୟ ଭିଷ୍ଟା ମାଷ୍ଟର ପ୍ଲାନ ଅଧୀନରେ ଥିବା କେନ୍ଦ୍ରୀୟ ସଚିବାଳୟ ଭବନ, କେନ୍ଦ୍ରୀୟ ସମ୍ମିଳନୀ କକ୍ଷ, ପ୍ରଧାନମନ୍ତ୍ରୀଙ୍କ ବାସଭବନ, ଏସପିଜି ଭବନ ଏବଂ ଉପରାଷ୍ଟ୍ରପତିଙ୍କ ଭବନ ପାଇଁ ମେ ୩୧ ତାରିଖରୁ ପରିବେଶ ମନ୍ତ୍ରାଳୟ ପକ୍ଷରୁ ମଞ୍ଜୁରି ମିଳି ସାରିଥିବା ବେଳେ ନୂତନ ସଂସଦ ଭବନ ପାଇଁ ଗତ ବର୍ଷ ଜୁନ ୧୭ ତାରିଖରେ ମଞ୍ଜୁରି ମିଳିଥିଲା। ତେବେ ଏହି ପ୍ରକଳ୍ପର ତାଲିକାଭୁକ୍ତ ହୋଇଥିବା ନିର୍ମାଣ କାର୍ଯ ପାଇଁ କୌଣସି ଐତିହ୍ୟ ଭବନ ଭଙ୍ଗା ଯିବ ନାହିଁ। ଏହା ସହିତ ଜାତୀୟ ସଂଗ୍ରହାଳୟ ମଧ୍ୟ ଗବେଷକଙ୍କ ପାଇଁ ସେବା ଯୋଗାଣ ଜାରି ରଖିବ ବୋଲି କୁହାଯାଇଛି।
୨୦୨୨ ଅକ୍ଚୋବର ସୁଦ୍ଧା ନୂତନ ସଂସଦ ଭବନ ନିର୍ମାଣ ସରିବ
/sambad/media/post_attachments/wp-content/uploads/2021/07/new-parliament.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)