ନୂଆଦିଲ୍ଲୀ: ଆଜି ନୂତନ ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ | ବୈଦିକ ବିଧିବିଧାନ ଅନୁସାରେ ପୂଜା-ହୋମ କରାଯାଇ ସଂସଦ ଭବନର ଉଦଘାଟନ କରାଯିବ | ତେବେ ପ୍ରଧାନମନ୍ତ୍ରୀ ଗତକାଲି ଏହି ସଂସଦ ଭବନର ଏକ ଭିଡିଓ ସେୟାର କରିଥିଲେ | ଭିଡିଓ ସେୟାର କରିବା ସହ ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ ସହ ଲେଖିଥିଲେ ଯେ ନୂତନ ସଂସଦ ଭବନ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରାଇବ। ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି #MyParliamentMyPride ହାସ ଟ୍ୟାଗ ଦେଇ ନିଜ ଭଏସଓଭରକୁ ବ୍ୟବହାର କରି ଏହି ଭିଡିଓକୁ ସେୟାର କରନ୍ତୁ | ଆସନ୍ତୁ ଜାଣିବା କ’ଣ ରହିଛି ପୂରା କାର୍ଯ୍ୟକ୍ରମ।
/sambad/media/post_attachments/wp-content/uploads/2023/05/47b8eeb0-bac6-49c7-8e31-1d9d17988829.jpg)
ନୂଆ ସଂସଦ ଭବନ ଉଦଘାଟନ ସମାରୋହର କାର୍ଯ୍ୟସୂଚୀ
୧. ୭ଟା୧୫ରେ ପ୍ରଧାନମନ୍ତ୍ରୀ ମୋଦୀ ପୂଜା ପାଇଁ ପହଞ୍ଚିବେ
୨. ସକାଳ ୭:୩୦ରୁ ୮:୩୦ ପର୍ଯ୍ୟନ୍ତ ହୋମ ଏବଂ ପୂଜା ଗାନ୍ଧୀ ମୂର୍ତ୍ତି ନିକଟରେ ମଣ୍ଡପରେ କରାଯିବ |
୩. ସକାଳ ୯ଟାରେ ଲୋକସଭା ଚ୍ୟାମ୍ବରରେ କାର୍ଯ୍ୟକ୍ରମ |
୪. ମଧ୍ୟାହ୍ନ ୧୨ଟାରେ ମୋଦୀ ସଂସଦରେ ପହଞ୍ଚିବେ |
୫. ମଧ୍ୟାହ୍ନ ୧୨ଟା୭ରେ ଜାତୀୟ ସଂଗୀତ ଗାନ କରାଯିବ |
୬. ମଧ୍ୟାହ୍ନ ୧୨ଟା ୧୦ରେ ରାଜ୍ୟସଭା ଉପାଧ୍ୟକ୍ଷ ସ୍ୱାଗତ ଭାଷଣ ଦେବେ |
/sambad/media/post_attachments/wp-content/uploads/2023/05/7be5c4ef-4430-43a0-9779-f74e55304408.jpg)
୭.ମଧ୍ୟାହ୍ନ ୧୨ଟା ୧୭ରେ ଦୁଇଟି କ୍ଷୁଦ୍ର ଚଳଚ୍ଚିତ୍ରର ସ୍କ୍ରିନିଂ କରାଯିବ |
୮.ମଧ୍ୟାହ୍ନ ୧୨ଟା ୨୯ରେ ଉପରାଷ୍ଟ୍ରପତି ଏବଂ ରାଷ୍ଟ୍ରପତିଙ୍କ ବାର୍ତ୍ତା ପଢ଼ାଯିବ |
୯. ମଧ୍ୟାହ୍ନ ୧୨ଟା ୪୩ରେ ଲୋକସଭା ବାଚସ୍ପତି ଭାଷଣ ଦେବେ |
୧୦. ଦ୍ବିପ୍ରହର ୧ଟା ସମୟରେ ପ୍ରଧାନମନ୍ତ୍ରୀ ମୁଦ୍ରା ଏବଂ ଷ୍ଟାମ୍ପ ଜାରି କରିବେ |
୧୧. ଦ୍ବିପ୍ରହର ୧ଟା୧୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାଷଣ ଦେବେ |
୧୨. ଅପରାହ୍ନ ୧ଟା ୩୦ରେ ଲୋକସଭା ସଚିବ ଧନ୍ୟବାଦ ପ୍ରସ୍ତାବ ଦେବେ |
/sambad/media/post_attachments/wp-content/uploads/2023/05/8f5b3f1a-ecda-4ffa-bc3e-1db26caa9e29.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/parliament-new.jpg)