ତାଲିବାନର ମୁକାବିଲା ପାଇଁ ଭାରତୀୟ ସୁରକ୍ଷା ବାହିନୀର ନୂଆ ରଣନୀତି
ବିଏସ୍ଏଫ୍, ଏସ୍ଏସ୍ବି ଏବଂ ସିଆର୍ପିଏଫ୍ ଯବାନଙ୍କୁ ସ୍ବତନ୍ତ୍ର ତାଲିମ
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ କ୍ଷମତା ଦଖଲ କରିବା ପରଠାରୁ ଭାରତ ପ୍ରତି ବିପଦ ଆଶଙ୍କା ବଢ଼ିଛି। ପାକିସ୍ତାନଠାରୁ ସମସ୍ତ ସାମରିକ ଓ ଗୁଇନ୍ଦା ସହାୟତା ହାସଲ କରୁଥିବା ତାଲିବାନ ଭବିଷ୍ୟତରେ କାଶ୍ମୀରକୁ ନେଇ ବଡ଼ ସମସ୍ୟା ସୃଷ୍ଟି କରିପାରେ। ଏହାକୁ ଦୃଷ୍ଟି ରଖି ବିଏସ୍ଏଫ୍, ଏସ୍ଏସ୍ବି ଏବଂ ସିଆର୍ପିଏଫ୍ ଯବାନ ସ୍ବତନ୍ତ୍ର ତାଲିମ ନେବେ। ତାଲିବାନ ଆତଙ୍କବାଦୀମାନଙ୍କ ରଣନୀତିକୁ ବୁଝିବା ଏବଂ ସମସ୍ତ ଷଡ଼ଯନ୍ତ୍ରକୁ ପଣ୍ଡ କରିବା ପାଇଁ ସୁରକ୍ଷା ବାହିନୀକୁ ସ୍ବତନ୍ତ୍ର ତାଲିମ ପ୍ରଦାନ କରାଯିବ। ଏହା ସହିତ ଅନୁପ୍ରବେଶ ରୋକିବା ପାଇଁ ସୀମାରେ ଯଥେଷ୍ଟ ସତର୍କତା ଅବଲମ୍ବନ କରଯିବଏବଂ ଏଥିପାଇଁ ବୈଷୟିକ ଜ୍ଞାନକୌଶଳର ଅଧିକ ଉପଯୋଗ ହେବ ।
Sambad is now on WhatsApp
Join and get latest news updates delivered to you via WhatsApp
ଅଲ୍କାଏଦା ଆତଙ୍କବାଦୀ ସଂଗଠନ ତାଲିବାନକୁ କାଶ୍ମୀରରେ ଅଧିକ ସକ୍ରିୟ ହେବାକୁ ଆହ୍ବାନ ଦେବାପରେ ଭାରତ ଏହାକୁ ଗମ୍ଭୀରତାର ସହ ନେଇଛି। ତାଲିବାନ ପ୍ରବକ୍ତା କାଶ୍ମୀରରେ ମୁସଲିମ୍ଙ୍କ ପାଇଁ ସ୍ବର ଉତ୍ତୋଳନ କରାଯିବ ବୋଲି ବୟାନ ଦେଇଥିବା ବେଳେ ନିକଟରେ ପାକ୍ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇର ମୁଖ୍ୟ କାବୁଲ ଗସ୍ତ କରି ତାଲିବାନ ନେତାଙ୍କ ସହ ବୈଠକ କରିଥିବାରୁ ଆଗକୁ ଭାରତ ଏହା ଉପରେ ସତର୍କ ନଜର ରଖିଛି। କାଶ୍ମୀରରେ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଚାଲିଥିବା ଅଭିଯାନ ଆଗକୁ ଆହୁରି ବ୍ୟାପକ ହେବ ଏବଂ କୌଣସି ଅନୁପ୍ରବେଶକାରୀଙ୍କୁ ନିସ୍ତାର ମିଳିବ ନାହିଁ ବୋଲି ଭାରତୀୟ ସେନା ମଧ୍ୟ ସତର୍କ କରାଇ ଦେଇଛି।