ନଭେମ୍ବର ମଧ୍ୟ ଭାଗକୁ ଭାରତରେ କୋଭିଡ୍-୧୯ ସଂକ୍ରମଣ ଶୀର୍ଷରେ ପହଞ୍ଚିବା ରିପୋର୍ଟ ବିଭ୍ରାନ୍ତିକର; ଅଧ୍ୟୟନ ‘ଆଇସିଏମ୍‌ଆର୍’ ଦ୍ବାରା କରାଯାଇ ନାହିଁ

ନୂଆଦିଲ୍ଲୀ: ନଭେମ୍ବର ମଧ୍ୟ ଭାଗକୁ ଭାରତରେ କୋଭିଡ୍-୧୯ ସଂକ୍ରମଣ ଶୀର୍ଷରେ ପହଞ୍ଚିବା ରିପୋର୍ଟ ବିଭ୍ରାନ୍ତିକର ଏବଂ ଏହି ଅଧ୍ୟୟନ ‘ଆଇସିଏମ୍‌ଆର୍’ ଦ୍ବାରା କରାଯାଇ ନାହିଁ ବୋଲି ଆଜି ‘ଆଇସିଏମ୍‌ଆର୍’ ଟୁଇଟ୍ କରି ସୂଚନା ଦେଇଛି।

କୋଭିଡ୍-୧୯ ପରିସ୍ଥିତି ଅଧ୍ୟୟନ ନିମନ୍ତେ ‘ଆଇସିଏମ୍‌ଆର୍’ କୌଣସି ରିସର୍ଚ ଗ୍ରୁପ୍ ଗଠନ କରି ନ ଥିଲା। ଏହି ଅଧ୍ୟୟନ ବିଭ୍ରାନ୍ତିକର। ଏହା କୌଣସି ନନ୍ ପିୟର୍ ସମୀକ୍ଷା ମଡେଲ୍ ଉପରେ ଆଧାରିତ। ଏହା ‘ଆଇସିଏମ୍‌ଆର୍‌’ ଦ୍ବାରା କରାଯାଇନାହିଁ କିଂବା ଏହା ‘ଆଇସିଏମ୍‌ଆର୍‌’ର ଆନୁଷ୍ଠାନିକ ସ୍ଥିତିର ପ୍ରତିଫଳନ କରୁନାହିଁ।

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ଆଠ ସପ୍ତାହ ଲକ୍‌ଡାଉନ୍ ଏବଂ ଦୃଢ଼ ଜନସ୍ବାସ୍ଥ୍ୟ ପଦକ୍ଷେପ ଯୋଗୁଁ ଭାରତରେ କୋଭିଡ୍-୧୯ ମହାମାରୀ ଶୀର୍ଷସ୍ତ‌ରରେ ପହଞ୍ଚିବା ବିଳମ୍ବ ହୋଇଛି। ନଭେମ୍ବର ମଧ୍ୟ ଭାଗ ବେଳକୁ ଏହା ଶୀର୍ଷରେ ପହଞ୍ଚିବା ବେଳେକୁ ଆଇସୋଲେସନ୍ ଏବଂ ଆଇସିୟୁ ଶଯ୍ୟା ଓ ଭେଣ୍ଟିଲେଟର୍ ଆଦି ଅଭାବ ପଡ଼ିପାରେ ବ‌ୋଲି ‘ଅପରେସନ୍ସ ରିସର୍ଚ ଗ୍ରୁପ୍‌’ କରିଥିବା ତଥ୍ୟକୁ ଭିତ୍ତିକରି ଗତକାଲି ବିଭିନ୍ନ ଗଣମାଧ୍ୟରେ ରିପୋର୍ଟ ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର