ଅଧିସୂଚନା ଜାରି କଲେ କେନ୍ଦ୍ର ସରକାର: ପ୍ରତିରକ୍ଷା, ଗୃହ, ର’ ସଚିବ, ଆଇବି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ୨ ବର୍ଷ ବଢ଼ିପାରିବ

ନୂଆଦିଲ୍ଲୀ: ପ୍ରତିରକ୍ଷା , ଗୃହ ସଚିବ, ଆଇବି (ଇଣ୍ଟେଲିଜେନ୍ସ ବ୍ୟୁରୋ) ନିର୍ଦ୍ଦେଶକ ଏବଂ ‘ର’ (ରିସର୍ଚ୍ଚ ଆଣ୍ଡ୍‌ ଆନାଲିସିସ୍‌ ୱିଙ୍ଗ୍‌)ର ସଚିବଙ୍କ କାର୍ଯ୍ୟକାଳ ୨ ବର୍ଷ ବଢ଼ିପାରିବ। କେନ୍ଦ୍ର ସରକାର ଆଜି ଏନେଇ ଅଧିସୂଚନା ଜାରି କରିଛନ୍ତି। ଅଧିସୂଚନାରେ କୁହାଯାଇଛି ଯେ, ଆବଶ୍ୟକ ସ୍ଥଳେ ପ୍ରତିରକ୍ଷା ସଚିବ, ଗୃହ ସଚିବ, ଆଇବି ନିର୍ଦ୍ଦେଶକ ଏବଂ ‘ର’ ସଚିବଙ୍କ କାର୍ଯ୍ୟକାଳ ବଢ଼ାଯାଇପାରିବ।

ଅନ୍ୟପକ୍ଷେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁଖ୍ୟଙ୍କ କାର୍ଯ୍ୟକାଳ ୨ ବର୍ଷରୁ ୫ ବର୍ଷକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ଗତକାଲି ଅଧ୍ୟାଦେଶ ଆଣିଥିଲେ। ଉଭୟ ତଦନ୍ତକାରୀ ସଂସ୍ଥାର ମୁଖ୍ୟଙ୍କ କାର୍ଯ୍ୟକାଳ ଦୁଇ ବର୍ଷ ରହିଥିବାରୁ ଏ ବାବଦ ପ୍ରଚଳିତ ନିୟମରେ ପରିବର୍ତ୍ତନ ପାଇଁ ଅଧ୍ୟାଦେଶ ଅଣାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଅଧ୍ୟାଦେଶକୁ ମଂଜୁରି ଦେଇଛନ୍ତି। ଅଧ୍ୟାଦେଶ ଅନୁଯାୟୀ ଦୁଇ ବର୍ଷର କାର୍ଯ୍ୟକାଳ ସଂପୂର୍ଣ୍ଣ ହେବାପରେ ତିନି ବର୍ଷ ପାଇଁ ପ୍ରତିବର୍ଷ ଉଭୟ ସଂସ୍ଥାର ମୁଖ୍ୟଙ୍କ କାର୍ଯ୍ୟକାଳ ବଢ଼ାଯାଇ ପାରିବ।

ସମ୍ବନ୍ଧିତ ଖବର