ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଭାରତରେ ୮,୩୨୯ ନୂଆ କୋଭିଡ୍-୧୯ ମାମଲା ପଞ୍ଜୀକୃତ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ୧୦୩ ଦିନ ପରେ ଦେଶରେ ଦୈନିକ ସଂକ୍ରମଣ ପୁଣି ଥରେ ୮ ହଜାର ଅତିକ୍ରମ କରିଛି। ଗତକାଲି ତୁଳନାରେ ଆଜି ସଂକ୍ରମଣରେ ୯.୮ ପ୍ରତିଶତ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ସର୍ବାଧିକ ୩,୦୮୧ ସଂକ୍ରମଣ ହୋଇଛି। ତା’ ତଳକୁ କେରଳରେ ୨,୪୧୫, ଦିଲ୍ଲୀରେ ୬୫୫, କର୍ଣ୍ଣାଟକରେ ୫୨୫ ଓ ହରିୟାଣାରେ ୩୨୭ ଜଣ ସଂକ୍ରମିତ ହୋଇଛନ୍ତି। ନୂଆ ମାମଲାଗୁଡ଼ିକ ମଧ୍ୟରୁ ୮୪.୦୮ ପ୍ରତିଶତ ଉପରୋକ୍ତ ୫ଟି ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଏବଂ କେବଳ ମହାରାଷ୍ଟ୍ରରେ ମୋଟ ସଂକ୍ରମଣର ୩୬.୯୯ ପ୍ରତିଶତ ଅଛନ୍ତି। ଭାରତରେ ମୋଟ ସଂକ୍ରମଣ ସଂଖ୍ୟା ୪,୩୨,୧୩,୪୩୫ରେ ପହଞ୍ଚିଥିବା ବେଳେ ସକ୍ରିୟ ସଂକ୍ରମଣ ସଂଖ୍ୟା ୪୦,୩୭୦ ରହିଛି। ଗତ ୨୪ ଘଣ୍ଟା ଭିତରେ ସକ୍ରିୟ ସଂକ୍ରମଣ ମାମଲାରେ ୪,୧୦୩ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୋଟ କୋଭିଡ୍-ମୃତ୍ୟୁ ୫,୨୪,୭୫୭ରେ ପହଞ୍ଚିଛି। ଭାରତର ଆରୋଗ୍ୟ ହାର ୯୮.୬୯ ପ୍ରତିଶତ ରହିଛି। ଗତ ୨୪ ଘଣ୍ଟାରେ ୪,୨୧୬ ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ଆରୋଗ୍ୟ ସଂଖ୍ୟା ୪,୨୬,୪୮,୩୦୮ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୧୫,୦୮,୪୦୬ ଜଣ ଟିକା ନେଇଛନ୍ତି।
ସକ୍ରିୟ କୋଭିଡ୍ ମାମଲା ୪୦ ହଜାର ଟପିଲା: ୨୪ ଘଣ୍ଟାରେ ୮,୩୨୯ ନୂଆ ସଂକ୍ରମଣ
କେବଳ ମହାରାଷ୍ଟ୍ରରେ ୩୦୦୦ରୁ ଅଧିକ
/sambad/media/post_attachments/wp-content/uploads/2022/04/corona-2022d.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)