ନୂଆଦିଲ୍ଲୀ: ଭାରତରେ ସଂକ୍ରମଣ ବଢ଼ି ଚାଲିଛି। ଦେଶରେ ସଂକ୍ରମଣ ମାମଲା ମୋଟ୍ ୧୧ ଲକ୍ଷ ଟପିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ୪୦ ହଜାର ୪୨୫ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୬୮୧ ଜଣଙ୍କ ମୃତ୍ୟୁ ହୋଇଛି। ସଂକ୍ରମଣ ବଢ଼ୁଥିଲେ ମଧ୍ୟ ଦେଶରେ ଆରୋଗ୍ୟଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ଏହା ଏକ ସକାରାତ୍ମକ ଦିଗ। ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୭ ଲକ୍ଷ ଟପି ୭ ଲକ୍ଷ ୮୭ େର ପହଞ୍ଚିଛି। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୧ ଲକ୍ଷ ୧୮ ହଜାର ୪୩ରେ ପହଞ୍ଚିଛି ଏବଂ ମୃତ୍ୟୁସଂଖ୍ୟା ୨୭ ହଜାର ୪୯୭ ରହିଛି। ମହାରାଷ୍ଟ୍ରରେ ସର୍ବାଧିକ ୩ ଲକ୍ଷ ୯୩୭ ମାମଲା ଚିହ୍ନଟ ହୋଇଥିବାବେଳେ ତାମିଲନାଡ଼ୁରେ ୧ ଲକ୍ଷ ୬୫ ହଜାର ୭୧୪ ଏବଂ ଦିଲ୍ଲୀରେ ୧ ଲକ୍ଷ ୨୧ ହଜାର ୫୮୨ ଟି ମାମଲା ଚିହ୍ନଟ ହୋଇଛି।
ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୭ ଲକ୍ଷ ଟପିଲା: ଦିନକରେ ୪୦ ହଜାରରୁ ଅଧିକ ସଂକ୍ରମଣ, ୧୧ ଲକ୍ଷ ଟପିଲା
/sambad/media/post_attachments/wp-content/uploads/2020/07/corona-in-bangalore.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)