ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ ମାମଲା ଆଜି ରାତିରେ ୧୫ ଲକ୍ଷ ଅତିକ୍ରମ କରିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୪୭ ହଜାର ୭୦୪ ନୂଆ ମାମଲା ଚିହ୍ନଟ ହୋଇଛି ଦେଶରେ ଏବେ ସକ୍ରିୟ ମାମଲା ୪ ଲକ୍ଷ ୯୬ ହଜାର ୯୮୮ ରହିଛି। ଅନ୍ୟପକ୍ଷେ ୯ ଲକ୍ଷ ୫୨ ହଜାର ୭୪୪ ଜଣ ସୁସ୍ଥ ହୋଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ୬୫୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁସଂଖ୍ୟା ୩୩ ହଜାର ୪୨୫କୁ ବୃଦ୍ଧି ପାଇଛି। ସ୍ବାସ୍ଥ୍ୟମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ମହାରାଷ୍ଟ୍ର ଏବେ ବି ଦେଶରେ ସର୍ବାଧିକ ପ୍ରଭାବିତ ରାଜ୍ୟ ହୋଇଥିଲେ ମଧ୍ୟ କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶରେ ସଂକ୍ରମଣ ବଢ଼ି ଚାଲିଛି। ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକରେ କରୋନା ସଂକ୍ରମଣ ୧ ଲକ୍ଷ ଟପିଯାଇଛି। ଆନ୍ଧ୍ରପ୍ରଦେଶରେ ସଂକ୍ରମଣ ମାମଲା ୧ ଲକ୍ଷ ୨ ହଜାର ୩୪୯ରେ ପହଞ୍ଚିଥିବା ବେଳେ କର୍ଣ୍ଣାଟକରେ ଏହା ୧ ଲକ୍ଷ ୧, ୪୬୫ ରହିଛି। ଲଗାତାର ୫ ଦିନ ଧରି କର୍ଣ୍ଣାଟକରେ ସଂକ୍ରମଣ ମାମଲା ୫ ହଜାରରୁ ଅଧିକ ରହୁଛି। ସଂକ୍ରମଣ ମାମଲାରେ ମହାରାଷ୍ଟ୍ର, ତାମିଲନାଡ଼ୁ ଏବଂ ଦିଲ୍ଲୀ ପରେ ଆନ୍ଧ୍ରପ୍ରଦେଶ ଚତୁର୍ଥ ସ୍ଥାନରେ ଥିବାବେଳେ ଏହା ପଛକୁ ରହିଛି କର୍ଣ୍ଣାଟକ। ତେବେ ମହାରାଷ୍ଟ୍ର ପରେ ସବୁଠୁ ଅଧିକ ସକ୍ରିୟ ମାମଲା କର୍ଣ୍ଣାଟକରେ ରହିଛି।
ମହାରାଷ୍ଟ୍ରରେ ସକ୍ରିୟ ମାମଲା ୧ ଲକ୍ଷ ୪୭ ହଜାର ୫୯୨ ଥିବାବେଳେ କର୍ଣ୍ଣାଟକରେ ସକ୍ରିୟ ମାମଲା ୬୧ ହଜାର ୮୧୯ ରହିଛି। କର୍ଣ୍ଣାଟକରେ ସଂକ୍ରମଣ ମାମଲା ୫୦ ହଜାରରୁ ୧ ଲକ୍ଷ ହେବାପାଇଁ ମାତ୍ର ୧୧ ଦିନ ଲାଗିଛି। ଜୁଲାଇ ୧୬ରେ କର୍ଣ୍ଣାଟକରେ ସଂକ୍ରମଣ ମାମଲା ୫୦ ହଜାର ଥିବାବେଳେ ଏହା ଏବେ ୧ ଲକ୍ଷକୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ଆନ୍ଧ୍ରପ୍ରଦେଶରେ ସଂକ୍ରମଣ ୫୦ ହଜାରରୁ ୧ ଲକ୍ଷ ପହଞ୍ଚିବାପାଇଁ ମାତ୍ର ୭ ଦିନ ଲାଗିଛି। ତେବେ ମହାରାଷ୍ଟ୍ର, ତାମିଲନାଡ଼ୁ ଏବଂ ଦିଲ୍ଲୀ ତୁଳନାରେ କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଅନ୍ୟପକ୍ଷେ ଦେଶରେ ଏବେ ଅର୍ଦ୍ଧାଧିକ ଜିଲ୍ଲାରେ କରୋନା ସଂକ୍ରମଣ ମାମଲା ୫୦୦ରୁ ଅଧିକ ଥିବା ଜଣାପଡ଼ିଛି।
ଦେଶରେ ଆରୋଗ୍ୟ ହାର ୬୪.୨୪କୁ ବୃଦ୍ଧି ପାଇଛି ଏବଂ ମୃତ୍ୟୁହାର ୨.୨୫ ପ୍ରତିଶତରୁ କମ୍ ରହିଛି। ଲଗାତାର ୨ ଦିନ ଧରି ଭାରତରେ ଟେଷ୍ଟିଂ ମଧ୍ୟ ୫ ଲକ୍ଷରୁ ଅଧିକ ରହିଛି। ସୋମବାର ଦିନ ଭାରତ ୫ ଲକ୍ଷ ୨୮ ହଜାର ନମୁନା ପରୀକ୍ଷା କରିଛି। ଅନ୍ୟପକ୍ଷେ ଏହା ରବିବାର ଦିନ ୫ ଲକ୍ଷ ୧୫ ହଜାର ନମୁନା ପରୀକ୍ଷା କରିଥିଲା। ଆଗକୁ ଭାରତରେ ଦୈନିକ ଟେଷ୍ଟିଂ ୧୦ ଲକ୍ଷରୁ ଅଧିକ କରାଯିବାକୁ ଯୋଜନା ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/corona-india-2.jpg)