ବିଶ୍ବ ସଂକ୍ରମଣ ୨୩ କୋଟି ଟପିଲାଣି: ମାର୍ଚ୍ଚ ପରେ ଦେଶରେ ସର୍ବାଧିକ ଆରୋଗ୍ୟ ହାର

ନୂଆଦିଲ୍ଲୀ: ବିଶ୍ବ କରୋନା ସଂକ୍ରମଣ ୨୩୧.୧ ନିୟୁତରେ ପହଞ୍ଚିଛି। ସମଗ୍ର ବିଶ୍ବରେ କରୋନା ସଂକ୍ରମଣ ୨୩ କୋଟି ଟପିଯାଇଛି। ମୋଟ୍‌ ସଂକ୍ରମଣ ମାମଲା ୨୩୧,୧୦୫,୭୪୮। କରୋନା ମୃତ୍ୟୁସଂଖ୍ୟା ୪,୭୩୬,୮୯୨। ବିଶ୍ବରେ ମୋଟ୍‌ ୬,୦୪୫,୭୭୫,୨୦୬ ଟିକାକରଣ ‌ହୋଇଛି। ଆମେରିକା କରୋନା ଯୋଗୁଁ ସର୍ବାଧିକ ପ୍ରଭାବିତ। ଆମେରିକାରେ କରୋନା ସଂକ୍ରମଣ ଏବଂ ମୃତ୍ୟୁସଂଖ୍ୟା ଯଥାକ୍ରମେ ୪୨,୮୫୨,୭୧୧ ଏବଂ ୬୮୭,୦୭୮। ସଂକ୍ରମଣ ମାମଲାରେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି। ଭାରତରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩୩,୫୯୪,୮୦୩। ସେହିପରି ବ୍ରାଜିଲ୍‌ରେ ସଂକ୍ରମଣ ମାମଲା ୨୧,୩୨୭,୬୧୬, ବ୍ରିଟେନ୍‌ରେ ୭,୬୩୭,୩୦୮, ରୁଷ୍‌ରେ ୭,୨୬୯,୫୧୪, ଫ୍ରାନ୍ସରେ ୭,୦୭୫,୩୦୫, ଇରାନରେ ୫,୫୦୮,୮୮୫, ଆର୍ଜେଣ୍ଟିନାରେ ୫,୨୪୮,୮୪୭, କଲମ୍ବିଆରେ ୪,୯୪୮,୫୧୩, ସ୍ପେନରେ ୪,୯୪୬,୬୦୧, ଇଟାଲିରେ ୪,୬୫୩,୬୯୬, ଇଣ୍ଡୋନେସିଆରେ ୪,୨୦୪,୧୧୬, ଜର୍ମାନୀରେ ୪,୧୯୨,୬୦୬, ମେକ୍ସିକୋରେ ୩,୬୦୮,୯୭୬ ସଂକ୍ରମଣ ମାମଲା ରହିଛି। ବ୍ରାଜିଲ୍‌ରେ କରୋନା ମୃତ୍ୟୁସଂଖ୍ୟା ୫୯୩,୬୬୩, ଭାରତରେ ୪୪୬,୩୬୮, ମେକ୍ସିକୋରେ ୨୭୪,୧୩୯, ପେରୁରେ ୧୯୯,୧୮୨, ରୁଷ୍‌ରେ ୧୯୮,୬୪୪, ଇଣ୍ଡୋନେସିଆରେ ୧୪୧,୨୫୭, ବ୍ରିଟେନରେ ୧୩୬,୩୩୬, ଇଟାଲିରେ ୧୩୦,୬୦୩, କଲମ୍ବିଆରେ ୧୨୬,୦୬୮ , ଇରାନରେ ୧୧୮,୭୯୨, ଫ୍ରାନ୍ସରେ ୧୧୭,୧୪୭ ଏବଂ ଆର୍ଜେଣ୍ଟିନାରେ ୧୧୪,୮୨୮ କରୋନା ମୃତ୍ୟୁ ହୋଇଛି। ଗତ କିଛି ସପ୍ତାହ ଧରି ବିଶ୍ବରେ ସଂକ୍ରମଣ ମାମଲା କମିଛି।

ନୂଆଦିଲ୍ଲୀ : ଦେଶରେ ୨୬,୬୧୬ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତକାଲି ତୁଳନାରେ ସଂକ୍ରମଣ ମାମଲାରେ ୫.୬ ପ୍ରତିଶତ ହ୍ରାସ ହୋଇଛି। ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ କରୋନା ମୃତ୍ୟୁସଂଖ୍ୟା ୨୯୦ ରହିଛି । ଏଥିସହ ଦେଶରେ ମୋଟ୍‌ କରୋନା ମୃତ୍ୟୁ ୪,୪୬,୬୫୮କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ଦେଶରେ ଆରୋଗ୍ୟ ହାର ୯୭.୭୮ ପ୍ରତିଶତକୁ ବୃଦ୍ଧି ପାଇଛି। ମାର୍ଚ୍ଚ ପରେ ପ୍ରଥମ ଥର ପାଇଁ ଦେଶରେ କୋଭିଡ୍‌ ଆରୋଗ୍ୟ ହାର ଏତେ ଅଧିକ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ୨୮,୦୪୬ ଜଣ କରୋନାରୁ ସୁସ୍ଥ ହେବା ସହ ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୩୨,୮୧୫,୭୩୧କୁ ବୃଦ୍ଧି ପାଇଛି। ଦେଶରେ ସାପ୍ତାହିକ ପଜିଟିଭ୍ ହାର ୧.୯୯ ପ୍ରତିଶତ। ଲଗାତାର ୯୨ ଦିନ ଧରି ଦେଶରେ ସାପ୍ତାହିକ ପଜିଟିଭ୍‌ ହାର ୩ ପ୍ରତିଶତ ତଳେ ରହୁଛି। ଅନ୍ୟପକ୍ଷେ ଦେଶରେ ଦୈନିକ ପଜିଟିଭ୍‌ ହାର ୨.୦୯ ପ୍ରତିଶତ। ଲଗାତାର ୨୪ ଦିନ ଧରି ଦେଶରେ ଦୈନିକ ପଜିଟିଭ୍‌ ହାର ୩ ପ୍ରତିଶତ ତଳେ ରହିଛି।

୫ ରାଜ୍ୟ କେରଳ, ମହାରାଷ୍ଟ୍ର, ତାମିଲନାଡ଼ୁ, ମିଜୋରାମ ଏବଂ ଆନ୍ଧ୍ରପ୍ରଦେଶରୁ ୮୩.୬୪ ପ୍ରତିଶତ ମାମଲା ରହିଛି। କେରଳରେ ଗତ ୨୪ ଘଣ୍ଟା‌ରେ ୧୭.୯୮୩ ମାମଲା ଚିହ୍ନଟ ହୋଇଥିବା‌ବେଳେ ମହାରାଷ୍ଟ୍ରରେ ୩,୨୮୬, ତାମିଲନାଡ଼ୁରେ ୧୭୩୩, ମିଜୋରାମରେ ୧୩୨୨ ଏବଂ ଆନ୍ଧ୍ରପ୍ର‌ଦେଶରେ ୧୨୪୬ ମାମଲା ଚିହ୍ନଟ ହୋଇଛି। ଦେଶରେ ମୋଟ୍‌ ଟିକାକରଣ ୮୪, ୮୯,୨୯,୧୬୦।

ସମ୍ବନ୍ଧିତ ଖବର