ବିଶ୍ବବ୍ୟାପୀ ଆରୋଗ୍ୟଙ୍କ ସଂଖ୍ୟା ୧ କୋଟି ଟପିଲା

ନୂଆଦିଲ୍ଲୀ : ବିଶ୍ବବ୍ୟାପୀ କରୋନା ସଂକ୍ରମଣ ବଢ଼ି ଚାଲିଛି। ଦିନକୁ ଦିନ ମହାମାରୀ ଜଟିଳ ପରିସ୍ଥିତି ସୃଷ୍ଟି କରୁଥିବା ବେଳେ ଆମେରିକା ଏବଂ ବ୍ରାଜିଲ୍‌ ପରେ ଏବେ ଭାରତରେ ସଙ୍କଟ ବଢ଼ୁଛି। କିନ୍ତୁ ଏସବୁ ଭିତରେ ଆଜି ଏକ ଭଲ ଖବର ମିଳିଛି। ସମଗ୍ର ବିଶ୍ବରେ ଆରୋଗ୍ୟଙ୍କ ସଂଖ୍ୟା ୧ କୋଟି ଟପିଯାଇଛି। ସୋମବାର ସୁଧା ବିଶ୍ବରେ ମୋଟ୍‌ ୧ କୋଟି ୧୨ ଲକ୍ଷ ୨୭ ହଜାର ୫୦୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଅନ୍ୟପକ୍ଷେ ବିଶ୍ବରେ ମାତ୍ର ୧ ପ୍ରତିଶତ କରୋନା ରୋଗୀ ଗୁରୁତର ଅଛନ୍ତି।

ଭାରତର ସଂକ୍ରମଣ ବୃଦ୍ଧିହାର ଏବେ ସମଗ୍ର ବିଶ୍ବରେ ସବୁଠୁ ଅଧିକ ରହିଛି। ଗତ ସପ୍ତାହ ମଧ୍ୟରେ ଭାରତର ସଂକ୍ରମଣ ବୃଦ୍ଧି ହାର ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ଆମେରିକା ଏବଂ ବ୍ରାଜିଲ୍‌ ପରେ ଭାରତରେ ସର୍ବାଧିକ ସଂକ୍ରମଣ ରହୁଛି। ସଂକ୍ରମଣ ମାମଲାରେ ଭାରତ ଆମେରିକା ଏବଂ ବ୍ରାଜିଲ୍‌ ପଛରେ ରହିଥିଲେ ମଧ୍ୟ ନୂଆ ସଂକ୍ରମଣ ଦ୍ରୁତ ବୃଦ୍ଧି ପାଉଛି। ମହାରାଷ୍ଟ୍ର, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକରେ ଦୈନିକ ସଂକ୍ରମଣ ବୃଦ୍ଧି ପାଉଛି। ଭାରତ ଟେଷ୍ଟିଂ ବୃଦ୍ଧି କରିଥିଲେ ମଧ୍ୟ ଆମେରିକା ତୁଳନାରେ ଭାରତ ବହୁତ୍‌ କମ୍‌ ଟେଷ୍ଟ୍‌ କରୁଛି। ଆମେରିକା ପ୍ରତି ୧ ହଜାରରେ ୧୫୨.୯୮ ଟେଷ୍ଟ୍‌ କରୁଥିବାବେଳେ ଭାରତ ପ୍ରତି ୧ ହଜାରରେ ୧୧.୮ ଏବଂ ବ୍ରାଜିଲ୍‌ ୧୧.୯୩ ଟେଷ୍ଟ୍‌ କରୁଛି।

ସମ୍ବନ୍ଧିତ ଖବର