ଅତି କ୍ଷୀପ୍ର ସଂକ୍ରମଣ ଘଟାଉଛି ଓମିକ୍ରନ୍‌ ଉପପ୍ରଜାତି: ଟିକା ଏବଂ ରୋଗ ପ୍ରତିରୋଧକତାକୁ ଫାଙ୍କି ଦେଉଛି

ଜୋହାନେସବର୍ଗ‌୍: ଦକ୍ଷିଣ ଆଫ୍ରିକା ବୈଜ୍ଞାନିକଙ୍କ ଦ୍ବାରା ଆବିଷ୍କାର ହୋଇଥିବା ଓମିକ୍ରନ୍‌ର ଏକ ଉପପ୍ରଜାତି ଟିକା ଏବଂ ସ୍ବାଭାବିକ ରୋଗ ପ୍ରତିରୋଧକତାକୁ ଫାଙ୍କି ‌ଦେଉଛି। ବିଏ.୪ ଏବଂ ବିଏ.୫ ଉପପ୍ରଜାତି ବିଏ .୨ ପ୍ରଜାତି ତୁଳନାରେ ଅଧିକ ସଂକ୍ରାମକ। ବିଏ.୨ ମୂଳ ଓମିକ୍ରନ୍‌ ପ୍ରଜାତିଠାରୁ ଅଧିକ ସଂକ୍ରାମକ ହୋଇଥିବା ବେଳେ ଏହାଠାରୁ ମଧ୍ୟ ଅତି ଭୟଙ୍କର ସଂକ୍ରାମକ ହେଉଛି ବିଏ.୪ ଏବଂ ବିଏ.୫। ଏହା ରୋଗ ପ୍ରତିରୋଧକତାରୁ ଖସିଯିବ। ଏହା ଦ୍ରୁତ ସଂକ୍ରମଣର କାରଣ ହେବ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଦକ୍ଷିଣ ଆଫ୍ରିକାରେ ସଂକ୍ରମଣ ଏବେ ବଢ଼ୁଛି। ଗୁରୁବାର ଦିନ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ୍‌ ପଜିଟିଭ୍‌ ହାର ୧୮.୩ ପ୍ରତିଶତ ଥିଲା।

ସମ୍ବନ୍ଧିତ ଖବର