କେନ୍ଦ୍ର ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ ପରାମର୍ଶ: କହିଲେ; ସଂକ୍ରମଣ ରୋକିବାର ଏକମାତ୍ର ଉପାୟ ହେଉଛି ସମ୍ପୂର୍ଣ୍ଣ ଲକଡାଉନ
ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରି ଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ପୁଣି ଥରେ ଭାରତ ସରକାରଙ୍କୁ ପରାମର୍ଶ ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲ ଗାନ୍ଧୀ କହିଛନ୍ତି ଯେ, କରୋନାର ଏହି ଦ୍ୱିତୀୟ ଲହର ରୋକିବାର ଗୋଟିଏ ଉପାୟ ହେଉଛି ସମ୍ପୂର୍ଣ୍ଣ ଲକଡାଉନ । ଏହି ପରାମର୍ଶ ଟ୍ୱିଟ କରି ଲେଖିଛନ୍ତି ରାହୁଲ ଗାନ୍ଧୀ ।
ଟ୍ୱିଟ କରି ରାହୁଲ ଗାନ୍ଧୀ ଲେଖିଛନ୍ତି, ଭାରତ ସରକାର ବୁଝୁ ନାହାନ୍ତି କରୋନାକୁ ରୋକିବାର ଗୋଟିଏ ଉପାୟ ହେଉଛି ଲକଡାଉନ । ସରକାର ଏଭଳି ପରିସ୍ଥିତିରେ ଏହି ପଦକ୍ଷେପ ନନେବା ନୀରିହ ଲୋକଙ୍କୁ ମାରିବା ସହ ସମାନ ହେଉଛି । ତେଣୁ ଲକାଡାଉନ ଏହି ସମୟରେ କରିବା ଉଚିତ ।

ଏପର୍ଯ୍ୟନ୍ତ ଲକଡାଉନର ବିରୋଧୀ ଥିଲେ ରାହୁଲ ଗାନ୍ଧୀ। ଗତ ବର୍ଷ ମଧ୍ୟ ଯେତେବେଳେ ସରକାର ଲକଡାଉନ ଘୋଷଣା କରିଥିଲେ, ସେତେବେଳେ ରାହୁଲ ଏହାକୁ ବିରୋଧ କରିଥିଲେ, ଆଉ କହିଥିଲେ ଲକଡାଉନ କେବଳ କରୋନାର ଗତିକୁୁ ରୋକିଥାଏ । ତାକୁ ମୂଳରୁ ଶେଷ କରିନଥାଏ । ହେଲେ ଏଥର ସେ ସମ୍ପୂର୍ଣ୍ଣ ଲକଡାଉନ କରିବାକୁ ଦାବି କରିଛନ୍ତି ।