ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ, ଟିକା ସାର୍ଟିଫିକେଟ୍‌ରୁ ମୋଦୀଙ୍କ ଫଟୋ ହଟିବ

ନୂଆଦିଲ୍ଲୀ : ନିର୍ବାଚନ ଥିବା ରାଜ୍ୟମାନଙ୍କରେ ହିତାଧିକାରୀମାନଙ୍କୁ ଯେଉଁ ଟିକାକରଣ ସାର୍ଟିଫିକେଟ୍‌ ଦିଆଯାଉଛି ସେଥିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ହଟାଇବାପାଇଁ ନିର୍ବାଚନ କମିସନ ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟଙ୍କୁ କହିଛନ୍ତି। ପଶ୍ଚିମବଙ୍ଗ, ଆସାମ, ତାମିଲନାଡ଼ୁ, କେରଳ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଟିକାକରଣ ସାର୍ଟିଫିକେଟ୍‌ରୁ ମୋଦୀଙ୍କ ଫଟୋ ହଟାଇବାପାଇଁ ନିର୍ବାଚନ କମିସନ ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି। ଆଚରଣ ବିଧି ଲାଗୁ ହୋଇଥିବାରୁ ସରକାରୀ କାର୍ଯ୍ୟକ୍ରମରେ ନେତାଙ୍କ ଫଟୋ ଏଭଳି ବ୍ୟବହାର ହୋଇପାରିବ ନାହିଁ ବୋଲି ନିର୍ବାଚନ କମିସନ୍‌ କହିଛନ୍ତି। ଏହି ନିୟମ ପାଳନ ହେବା ଉଚିତ ବୋଲି କମିସନ କହିଛନ୍ତି। ଉଲ୍ଲେଖଯୋଗ୍ୟ କୋଭିଡ୍‌ ଟିକାକରଣ ସାର୍ଟିଫିକେଟ୍‌ରେ ମୋଦୀଙ୍କ ଫ‌ଟୋ ଥିବାରୁ ଏହା ବିରୋଧରେ ଟିଏମ୍‌ସି ଇସିଙ୍କ ନିକଟରେ ଅଭିଯୋଗ କରିଥିଲା।

ସମ୍ବନ୍ଧିତ ଖବର