ଅକ୍ସଫୋର୍ଡ କୋଭିଡ୍‌ ଟିକାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନାହିଁ: ସରକାର

ନୂଆଦିଲ୍ଲୀ : ଦେଶରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା କୋଭିଡ୍‌ ଟିକା ବ୍ୟବହାର ନେଇ କୌଣସି ଚିନ୍ତାର କାରଣ ନାହି। ଭାରତରେ ଏହି ଟିକାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ। କେତେକ ୟୁରୋପୀୟ ରାଷ୍ଟ୍ରରେ ଆଷ୍ଟ୍ରାଜେନେକା କୋଭିଡ୍‌ ଟିକା ଦ୍ବାରା ବ୍ଲଡ୍‌ କ୍ଲଟ୍‌ ହେଉଥିବା ନେଇ‌ ଯେଉଁ ଖବର ମିଳିଛି ତାହା ଭାରତରେ ‌‌ହୋଇନାହିଁ। କୋଭିସିଲ୍ଡ ଟିକା ନେଇଥିବା କୌଣସି ଜଣଙ୍କଠାରେ ବି କିଛି ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇନି । ତେଣୁ କୋଭିସିଲ୍ଡ ଟିକା ବ୍ୟବହାର ବନ୍ଦ ହେବନାହିଁ ବୋଲି ନିତି ଆୟୋଗ (ସ୍ବାସ୍ଥ୍ୟ) ସଦସ୍ୟ ଭିକେ ପଲ୍‌ କହିଛନ୍ତି। ସ୍ପେନ୍‌, ଜର୍ମାନୀ, ଫ୍ରାନ୍ସ, ଇଟାଲି, ନେଦରଲାଣ୍ଡ୍‌ ସମେତ ଅନେକ ୟୁରୋପୀୟ ରାଷ୍ଟ୍ର ଆଷ୍ଟ୍ରାଜେନେକା ଟିକା ବ୍ୟବହାର ବନ୍ଦ କରିସାରିଥିବା ବେଳେ ଆଜି ଭାରତ ସରକାର ଏନେଇ ମତ ରଖିଛନ୍ତି। ଟିକାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନାହିଁ ବୋଲି ସରକାର ଆଶ୍ବାସନା ଦେଇଛନ୍ତି।

ସମ୍ବନ୍ଧିତ ଖବର