ପଶ୍ଚିମବଙ୍ଗରେ ପଦ୍ମ ପୁରସ୍କାର ବିବାଦ ଜାରି, ବୁଦ୍ଧଦେବଙ୍କ ପରେ ଦୁଇ କଳାକାର ପଦ୍ମଶ୍ରୀ ନେବାକୁ ମନାକଲେ

କୋଲକାତା: ପଶ୍ଚିମବଙ୍ଗରେ ପଦ୍ମ ପୁରସ୍କାରକୁ ନେଇ ବିବାଦ ଥମିବାର ନାଁ ଧରୁନାହିଁ। ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ପଦ୍ମଭୂଷଣ ପୁରସ୍କାର ଗ୍ରହଣ ନ କରିବାକୁ ଘୋଷଣା କରିବା ପରେ କିମ୍ବଦନ୍ତୀୟ ସଂଗୀତଜ୍ଞା ସନ୍ଧ୍ୟା ମୁଖାର୍ଜୀ ଓ ତାବଲା ବାଦକ ଅନିନ୍ଦୋ ଚାଟାର୍ଜୀ କହିଛନ୍ତି ଯେ, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସେମାନଙ୍କୁ ପଦ୍ମଶ୍ରୀ ଯଚାଯାଇଥିଲା। କିନ୍ତୁ ସେମାନେ ନେବାକୁ ମନା କରିଦେଇଥିଲେ। ତେବେ ୨୦୨୨ ତାଲିକାରେ ସେମାନଙ୍କର ନାଁ ନାହିଁ। ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ପୁରସ୍କାର ଗ୍ରହଣ କରିବାକୁ ମନା କରିବା ପଛରେ ରାଜନୈତିକ କାରଣ ଥାଇପାରେ। କିନ୍ତୁ କଳାକାରଦ୍ବୟ କହିଛନ୍ତି ଯେ, ତାଙ୍କ କ୍ୟାରିୟରରେ ପଦ୍ମଶ୍ରୀ ବହୁତ ବିଳମ୍ବ ହୋଇଗଲା। ଏହି ପୁରସ୍କାର ଗ୍ରହଣ କଲେ ତାଙ୍କ ସମ୍ମାନ କ୍ଷୁଣ୍ଣ ହେବ। ସନ୍ଧ୍ୟା ମୁଖାର୍ଜୀଙ୍କ ପରିବାର କହିଛନ୍ତି, ତାଙ୍କ ବୟସ ଏବେ ୯୦ ଏବଂ ୧୨ ବର୍ଷ ବୟସରେ ସେ ଗୀତ ଗାଇବା ଆରମ୍ଭ କରିଥିଲେ। ପଦ୍ମଶ୍ରୀ ପୁରସ୍କାର ତାଙ୍କ ପାଇଁ ତୁଚ୍ଛ।

ସମ୍ବନ୍ଧିତ ଖବର