ମଣିପୁରୀ ଯୁବତୀଙ୍କ ବେଦନାଭରା ଅନୁଭବ, ବାପାଙ୍କ ଶେଷଦର୍ଶନ ବେଳେ ପାଖରେ କେହିନଥିଲେ

ଇମ୍ଫାଲ: କରୋନାଭୂତାଣୁର ଭୟାବହତା କିପରି ଆମ ସାମାଜିକ ସମ୍ପର୍କକୁ ବିଦୀର୍ଣ୍ଣ କରିପକାଇଛି ତାହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ମଣିପୁରର କାଙ୍ଗୋପକ୍ସି ଗାଁରେ। ରାଜଧାନୀ ସହର ଇମ୍ଫା‌ଲ ସ୍ଥିତ ଏକ ସଂଗରୋଧ କେନ୍ଦ୍ରରେ ଅଟକ ଥିବା ଜଣେ ମଣିପୁରୀ ଯୁବତୀ ନିଜ ବାପାଙ୍କ ମୃତ୍ୟୁ ଖବର ଶୁଣି ମାତ୍ର ତିନି ମିନିଟ୍ ପାଇଁ ଗାଁକୁ ଆସି ଶେଷ ଦର୍ଶନ କରିବା ପରମ୍ପରାର ଅନୁପାଳନ ହୋଇପାରୋ ମାତ୍ର କଫିନ୍ ଭିତରେ ଆବୃତ ଥିବା ନିଜ ପିତାଙ୍କ ଦେହାବଶେଷ ପାଖରେ ସାମାଜିକ ଦୂରତ୍ବ ବଜାୟ ରଖି ସେ ଲୁହ ଢାଳିବାର ହୃଦୟ ବିଦାରକ ଦୃଶ୍ୟର ସାକ୍ଷୀ ରହିିବା ଲାଗି ପାଖରେ କେହି ଜଣେ ବି ଆତ୍ମୀୟ ସ୍ବଜନ ନହିବା ଘଟଣା ଅନେକଙ୍କୁ ବେଦନାସିକ୍ତ କରି ପକାଇଛି।

ସୂଚନାନୁଯାୟୀ, ଗତ ୨୫ ତାରିଖରେ ମଣିପୁରର କାଙ୍ଗୋପକ୍ସି ଅଂଚଳର ଅଞ୍ଜଳି ମାଙ୍ଗତେ ନାମକ ଏହି ୨୨ ବର୍ଷୀୟା ଜଣକ ଚେନ୍ନାଇରୁ ଏକ ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍ ଯୋଗେ ନିଜ ପ୍ରଦେଶକୁ ଫେରୁଥିଲୋ ତେବେ ତାଙ୍କ ବଗିରେ ଥିବା ଜଣେ ସହଯାତ୍ରୀଙ୍କ ଠାରେ କରୋନାଭୂତାଣୁ ଚିହ୍ନଟ ହେବା ପରେ ଅଞ୍ଜଳିଙ୍କୁ ମଧ୍ୟ ଇମ୍ଫାଲ ସ୍ଥିତ ଏକ ସଂଗରୋଧ କେନ୍ଦ୍ରକୁ ପଠାଇ ଦିଆଯାଇଥିଲାା ଏହି ଅବସରରେ ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ତାଙ୍କ ପିତାଙ୍କର ମଙ୍ଗଳବାର ମୃତ୍ୟୁ ଘଟିଥିଲା। ଏ ଖବର ଅଞ୍ଜଳିଙ୍କ ପାଖରେ ପହ‌ିଲା ପରେ ସେ ନିଜ ଗାଁକୁ ଯାଇ ବାପାଙ୍କ ଶେଷ ଦର୍ଶନ କରିବା ଲାଗି ଅନୁମତି ଲୋଡ଼ିଥିଲେ। ତେବେ ସେଥିପାଇଁ ତାଙ୍କୁ ମାତ୍ର ତିନି ମିନିଟ୍ ସମୟ ମିଳିଥିବା ବେଳେ ସ୍ବାସ୍ଥ୍ୟକର୍ମୀଙ୍କ ସୁପାରିସକ୍ରମେ ତାଙ୍କୁ ସମ୍ପୂର୍ଣ୍ଣ ସଂକ୍ରମଣ ପ୍ରତିରୋଧ ପରିଚ୍ଛଦ ପରିଧାନ କରିବାକୁ ପଡି଼ଥିଲା। ବୁଧବାର ନିର୍ଦ୍ଧାରିତ ସମୟରେ ଅଞ୍ଜଳିଙ୍କୁ ତାଙ୍କ ଗାଁକୁ ନିଆଯାଇଥିଲାା ଘରେ ପହ‌ିଲା ମାତ୍ରେ ସେ ବାପାଙ୍କ କଫିନ୍ ପାଖରେ ମୁଣ୍ତ କୋଡି଼ ହୋଇ କାନ୍ଦିଚାଲିଥିଲୋ ମାତ୍ର ତାଙ୍କୁ ସାନ୍ତ୍ବନା ଦେବାକୁ ପାଖରେ କେହି ବି ଆତ୍ମୀୟ ସ୍ବଜନ ପହଞ୍ଚିନଥିଲୋ ଶେଷରେ ତିନି ମିନିଟ୍‌ ଅବଧି ପୂରିଗଲା ବୋଲି ସ୍ବାସ୍ଥ୍ୟକର୍ମୀଙ୍କ ଠାରୁ ସଂକେତ ପାଇ ତାଙ୍କୁ ପୁଣି ସଂଗରୋଧ କେନ୍ଦ୍ରକୁ ଅଣାଯାଇଥିଲାା

ସମ୍ବନ୍ଧିତ ଖବର