ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲଳିତପୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ ପାଣି ବୋତଲ ପାଇଁ ଜଣେ ଯୁବକଙ୍କ ଉପରେ ଆକ୍ରମଣ ହୋଇଛି ଏବଂ ତାଙ୍କୁ ଚଳନ୍ତା ଟ୍ରେନ୍ରୁ ବାହାରକୁ ଠେଲି ଦିଆଯାଇଛି। ୨୬ ବର୍ଷୀୟ ରବି ଯାଦବ ଗତ ଶନିବାର ଦିନ ତାଙ୍କ ଭଉଣୀଙ୍କ ସହ ରପ୍ତିସାଗର ଏକ୍ସପ୍ରେସରେ ଯାତ୍ରା କରୁଥିବା ସମୟରେ ରେଳବାଇର ଜଣେ କର୍ମଚାରୀଙ୍କ ସହ ତାଙ୍କର ବଚସା ହୋଇଥିଲା। ଟ୍ରେନ୍ଟି ଜିରୋଲି ଗ୍ରାମ ନିକଟରେ ପହଞ୍ଚିବାପରେ ପାଣି ବୋତଲ କ୍ରୟ କରିବା ଏବଂ ପାନ ଛେପ ପକାଇବାକୁ ନେଇ ରବି ଓ ରେଳବାଇ କର୍ମଚାରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ରବିଙ୍କ ଭଉଣୀ ଲଳିତପୁର ଷ୍ଟେସନ୍ ନିକଟରେ ଟ୍ରେନ୍ରୁ ଓହ୍ଲାଇ ଥିଲେ। କିନ୍ତୁ ରେଳବାଇ କର୍ମଚାରୀ ଜଣଙ୍କ ରବିଙ୍କୁ ଯିବାପାଇଁ ଦେଇନଥିଲେ। ଏହାପରେ ସେମାନେ ରବି ଉପରେ ଆକ୍ରମଣ ଆରମ୍ଭ କରିଥିଲେ ଏବଂ ଚଳନ୍ତା ଟ୍ରେନ୍ରୁ ଟ୍ରାକ୍କୁ ଠେଲି ଦେଇଥିଲେ। ସ୍ଥାନୀୟ ଲୋକ ରବିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। ଏବେ ସେ ଚିକିତ୍ସାଧୀନ ଅଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp