ଏହି ଦେଶରେ ଏଣିକି ସମସ୍ତ ମହିଳାଙ୍କୁ ମାଗଣାରେ ମିଳିବ ସାନିଟାରୀ ପ୍ୟାଡ଼

ଏଡିନଵର୍ଗ: ସ୍କଟଲ୍ୟାଣ୍ଡ ଦୁନିଆର ପ୍ରଥମ ଦେଶ ହୋଇପାରିଛି ଯେଉଁଠାରେ ଋତୁସ୍ରାବ ସମ୍ବଦ୍ଧିତ ସମସ୍ତ ଉତ୍ପାଦ ମାଗଣା ଭାବେ ଦିଆଯିବ | ଏବାବଦରେ ସ୍କଟଲ୍ୟାଣ୍ଡ ସଂସଦରେ ଏକ ବିଲ୍ ପାରିତ ହୋଇଛି । ଦେଶରେ ‘ପିରିୟଡ୍ ପ୍ରଡକ୍ଟ (ଫ୍ରି ପ୍ରୋଭିଜନ୍) (ସ୍କଟଲ୍ୟାଣ୍ଡ)’ ଅଧିନିୟମ ପାରିତ ହୋଇଛି। ଏହା ଅଧୀନରେ ସମସ୍ତ ବୟସର ମହିଳାମାନେ ଏଣିକି ମାଗଣା ସାନିଟାରୀ ପ୍ୟାଡ୍ ପାଇବେ | ପିରିୟଡ୍ ପ୍ରୋଭିଜନ୍ସ (ସ୍କଟଲ୍ୟାଣ୍ଡ) ଅଧିନିୟମ ଅନୁଯାୟୀ, ସ୍ଥାନୀୟ ପ୍ରଶାସନକୁ ମାଗଣାରେ ପିରିୟଡ୍ ସାମଗ୍ରୀ ଯୋଗାଇବାକୁ ପଡିବ |


ଖୁବ୍ ଶୀଘ୍ର ସ୍କଟଲ୍ୟାଣ୍ଡ ସରକାର ଦେଶବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ କରିବେ ଯେଉଁଥିରେ ସମସ୍ତ ସଂସ୍ଥା ଓ ଅନୁଷ୍ଠାନ ଉପରେ ଏକ ଆଇନ ଲାଗୁ କରାଯିବ, ଯାହା ଦ୍ୱାରା ଆବଶ୍ୟକ ଥିବା ମହିଳାମାନଙ୍କୁ ଏହି ସଂସ୍ଥାମାନେ ମାଗଣାରେ ସାନିଟାରୀ ପ୍ୟାଡ୍ ଯୋଗାଇବେ।

ସୂଚନା ଥାଉ କି ୨୦୧୮ ମସିହାରେ ସ୍କଟଲ୍ୟାଣ୍ଡ ସରକାର ସମସ୍ତ ବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟଙ୍କୁ ମହିଳାମାନଙ୍କୁ ମାଗଣାରେ ସାନିଟାରୀ ପ୍ୟାଡ଼ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ | ଆଉ ଏବେ ସଂସଦରେ ଏହି ବିଲ୍ ପାରିତ ହେବା ପରେ ଦେଶର ସମସ୍ତ ମହିଳାଙ୍କୁ ମାଗଣାରେ ପ୍ୟାଡ୍ ଯୋଗାଇଦିଆଯିବ |

ସମ୍ବନ୍ଧିତ ଖବର