ଦୁବେକୁ ସୁରକ୍ଷା ଦେବା ପାଇଁ ସୁପ୍ରିମ୍‌ କୋର୍ଟରେ ପିଆଇଏଲ୍‌ ଦାଖଲ ହୋଇଥିଲା

ନୂଆଦିଲ୍ଲୀ: କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ୫ ସହଯୋଗୀଙ୍କୁ ଉତ୍ତର ପ୍ରଦେଶ ପୁଲିସ ଏନ୍‌କାଉଣ୍ଟର କରି ମାରିବା ଘଟଣାର ସିବିଆଇ ତଦନ୍ତ କରାଯିବାକୁ ସୁପ୍ରି‌ମ କୋର୍ଟରେ ଗତକାଲି ଏକ ଜନ୍ବସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ଅପରପକ୍ଷେ, ବିକାଶ ଦୁବେକୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେବା ସହ ତାକୁ ବଞ୍ଚାଇ ରଖିବାକୁ ଆବେଦନକାରୀ ଘନଶ୍ୟାମ ଉପାଧ୍ୟାୟ ଏହି ପିଆଇଏଲ୍‌ ମାଧ୍ୟମରେ କୋର୍ଟରେ ଆବେଦନ କରିଥିଲେ। ଏହି ମାମଲାର ଶୁଣାଣି ଆଜି ହେବାର ଥିଲା।

ମାତ୍ର ଦୁବେ ଆଜି ସକାଳେ ଏନ୍‌କାଉଣ୍ଟରରେ ନିହତ ହୋଇଥିବାରୁ ଆବେଦନ ବ୍ୟର୍ଥ ହୋଇଯାଇଛି। ଏହା ପୂର୍ବରୁ ଦୁବେ ଆଜି ସକାଳେ କାନପୁର ନିକଟରେ ପୁଲିସ ଏନ୍‌କାଉଣ୍ଟରରେ ନିପାତ ହୋଇଛି। ସୂଚନାଯୋଗ୍ୟ, ପୁଲିସ ଅନ୍ୟାୟ ଭାବେ ବିକାଶ ଦୁବେର ସହଯୋଗୀଙ୍କୁ ଏନ୍‌କାଉଣ୍ଟର କରିଛି ଏବଂ ବିକାଶ ଦୁବେକୁ ଯେମିତି ଏନ୍‌କାଉଣ୍ଟର କରି ମରା ନଯାଏ, ସେଥିପ୍ରତି ଧ୍ୟାନ ଦେବାକୁ ସୁପ୍ରି‌ମ୍‌ କୋର୍ଟରେ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର