ଟ୍ବିଟର୍‌ ପ୍ରୋଫାଇଲ୍‌ ବଦଳାଇଲେ ପାଇଲଟ୍‌ ‘ସତ୍ୟକୁ ପରାଜିତ କରି‌ପାରିବନି’

ନୂଆଦିଲ୍ଲୀ: କଂଗ୍ରେସ ନେତା ସଚିନ ପାଇଲଟ୍‌ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ଏବଂ ପିସିସି ସଭାପତି ପଦରୁ ବହିଷ୍କୃତ ହେବାପରେ ସେ ତାଙ୍କ ଟ୍ବିଟର ପ୍ରୋଫାଇଲ୍‌ ବଦଳାଇ ଦେଇଛନ୍ତି। ଟ୍ବିଟର୍‌ରେ ପାଇଲଟ୍‌ ଉପମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ସଭାପତି ଶବ୍ଦ ହଟାଇ ଦେଇଛନ୍ତି। ସଚିନ କହିଛନ୍ତି, ସତ୍ୟକୁ କିଛି ସମୟ ପାଇଁ ବିଚଳିତ କରିହେବ, କିନ୍ତୁ ପରାସ୍ତ କରିହେବନି। ମିଳିଥିବା ସୂଚନାନୁଯାୟୀ ଜୟପୁର ସ୍ଥିତ ରାଜ୍ୟ ମୁଖ୍ୟାଳୟରୁ ପାଇଲଟ୍‌ଙ୍କ ନେମ୍‌ପ୍ଲେଟ୍‌ କାଢ଼ିଦିଆଯାଇଛି। ପାଇଲଟ୍‌ଙ୍କ ସ୍ଥାନରେ ରାଜସ୍ଥାନର ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂହ ଦୋତସରା ନୂଆ ପିସିସି ମୁଖ୍ୟ ହୋଇଛନ୍ତି। ଜୟପୁର ସ୍ଥିତ ଫେୟାରମଣ୍ଟ୍‌ ହୋଟେଲ୍‌ରେ ସିଏଲ୍‌ପି ବୈଠକ ପରେ ପାଇଲଟ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ ଏବଂ ପିସିସି ମୁଖ୍ୟ ପଦରୁ ବହିଷ୍କାର କରିବାପାଇଁ ନିଷ୍ପତ୍ତି ହୋଇଥିଲା।

ସମ୍ବନ୍ଧିତ ଖବର