ଜୟପୁର: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରା ରାଜସ୍ଥାନରେ ପ୍ରବେଶ କରିବାର କିଛିଦିନ ପୂର୍ବରୁ ରାଜସ୍ଥାନରୁ ପାଇଲଟ୍ ଟିମ୍ ରାହୁଲଙ୍କୁ ଏକ ଚେତାବନୀ ଦେଇଛନ୍ତି। ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ କ୍ଷମତା କନ୍ଦଳ ଲାଗି ରହିଥିବା ବେଳେ ଗୁର୍ଜର ସମ୍ପ୍ରଦାୟର ଜଣେ ବରିଷ୍ଠ ନେତା ବିଜୟ ସିଂହ ଆଜି ରାହୁଲଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ସଚିନ ପାଇଲଟ ରାଜ୍ୟର ମୁଖ୍ୟମନ୍ତ୍ରୀ ନହୁଅନ୍ତି ତେବେ କଂଗ୍ରେସର ଯାତ୍ରାରେ ବାଧା ଉପୁଯିବ। ବିଜୟ ସିଂହ କହିଛନ୍ତି, ବର୍ତ୍ତମାନର କଂଗ୍ରେସ ସରକାର ୪ ବର୍ଷ ଶେଷ କରି ସାରିଛି ଏବଂ ଆଉ ଗୋଟିଏ ବର୍ଷ ବାକି ଅଛି।
ଏବେ ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ହେବା ଉଚିତ। ଯଦି ଏଭଳି ହୁଏ, ତେବେ ଆପଣଙ୍କୁ (ରାହୁଲ ଗାନ୍ଧି) ସ୍ବାଗତ। କିନ୍ତୁ ଯଦି ପାଇଲଟ ମୁଖ୍ୟମନ୍ତ୍ରୀ ନହୁଅନ୍ତି ତେବେ ଯାତ୍ରାରେ ବାଧା ସୃଷ୍ଟି ହେବ। ବିଜୟ ସିଂହ କହିଛନ୍ତି, ଜଣେ ଗୁର୍ଜର ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ସମଗ୍ର ସମ୍ପ୍ରଦାୟ କ୍ଷତି ସହୁଛନ୍ତି। ତେଣୁ ପାଇଲଟ ମୁଖ୍ୟମନ୍ତ୍ରୀ ହେବାନେଇ ତୁରନ୍ତ ନିଷ୍ପତ୍ତି ହେବା ଉଚିତ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ସଚିନ ପାଇଲଟ ଆଜି କହିଛନ୍ତି ଯେ ଭାରତ ଯୋଡ଼ୋ ଯାତ୍ରାରେ କିଛି ସମସ୍ୟା ଉପୁଯିବ ନାହିଁ ଏବଂ ଏହା ଆଶାନୁରୂପ ସଫଳତା ପାଇବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/rahul-2.jpg)