ନୂଆଦିଲ୍ଲୀ: ଗତ ଫେବ୍ରୁଆରି ମାସରେ ଦୁବାଇରୁ ନୂଆଦିଲ୍ଲୀକୁ ଆସୁଥିବା ବିମାନର କକ୍‌ପିଟ୍‌ ଭିତରକୁ ନିଜର ବାନ୍ଧବୀଙ୍କୁ ନେଇ ବସାଇଥିବା ଏୟାର ଇଣ୍ଡିଆର ଜଣେ ପାଇଲଟଙ୍କ ବିରୋଧରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) କାର୍ଯ୍ୟାନୁଷ୍ଠାନ ନେଇଛି। ପାଇଲଟଙ୍କୁ ଡିଜିସିଏ ୩ ମାସ ନିଲମ୍ବିତ କରିଛି।

Advertisment

ଏଥିସହିତ ଏଭଳି ଗୁରୁତର ସୁରକ୍ଷା ନିୟମ ଉଲ୍ଲଂଘନ ପ୍ରସଙ୍ଗରେ ଏୟାର ଇଣ୍ଡିଆ ଉପରେ ୩୦ ଲକ୍ଷ ଟଙ୍କା ଜରିମାନା ହୋଇଛି। ସୁରକ୍ଷା ସଂକ୍ରାନ୍ତ ଉଲ୍ଲଂଘନ ହୋଇଥିଲେ ମଧ୍ୟ ଏୟାର ଇଣ୍ଡିଆ ତୁରନ୍ତ ଉପଯୁକ୍ତ ପ୍ରତିକାରାତ୍ମକ କାର୍ଯ୍ୟାନୁଷ୍ଠାନ ନେଇ ନଥିଲା ବୋଲି ଡିଜିସିଏ କହିଛି। ଏୟାରକ୍ରାଫ୍ଟ ରୁଲ୍‌ସ ୧୯୩୭ ଅଧୀନରେ ପ୍ରଦାନ କରାଯାଇଥିବା କ୍ଷମତା ଆଧାରରେ ଡିଜିସିଏ ଏହି ପଦକ୍ଷେପ ନେଇଛି। ତେବେ ଏଭଳି ଉଲ୍ଲଂଘନକୁ ରୋକିବା କ୍ଷେତ୍ରରେ କୋ-ପାଇଲଟ କିଛି କରି ନଥିବାରୁ ତାଙ୍କୁ ମଧ୍ୟ ସତର୍କ କରାଇ ଦିଆଯାଇଛି।